ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ରେ ନିଆଁ…

ବାସ୍ତବ ବ୍ୟୁରୋ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ରେ ନିଆଁ । ୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ରହିଛି ଆଇସିୟୁ ଓ ଓଟି। ଆଜି ଅପରାହ୍ନ ପ୍ରାୟ ୨.୨୦ ମିନିଟ୍‌ରେ ଜଣେ ପ୍ରସୂତିଙ୍କର ସେଠାରେ ଅପରେସନ୍‌ କରାଯାଉଥିଲା। ସେହି ଓଟିକୁ ଲାଗି ଅନ୍ୟ ଏକ ଓଟିରେ ମରାମତି କାର୍ଯ୍ୟ ଚାଲିଥିଲା। । ଠିକ୍‌ ସେହି ସମୟରେ ଏକ ଇକ୍ୟୁପ୍‌ମେଣ୍ଟରୁ ନିଆଁ ବାହାରିଥିଲା। ଯେଉଁ ନିଆଁ ଚାହୁଁଚାହୁଁ ବ୍ୟାପୀ ଯାଇଥିଲା। ପୂରା ପରିବେସ ଧୂଆଁମୟ ହୋଇଯାଇଥିଲା।

ଦାୟିତ୍ୱରେ ଥିବା ସିଡିଏମ୍‌ଓ ଡାକ୍ତର ଜି.କେ ମହାନ୍ତିଙ୍କ କହିବା ଅନୁସାରେ ନିଆଁ ଲାଗିବାରୁ ଓଟି ଓ ୱାର୍ଡରେ ଥିବା ରୋଗୀମାନଙ୍କୁ ଅନ୍ୟ ରୁମ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା। ଏହାବ୍ୟତୀତ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇରେ ଲାଗିଛନ୍ତି। ସମସ୍ତ ରୋଗୀ ସୁରକ୍ଷିତ ଅଛି ବୋଲି ଡକ୍ତର ମହାନ୍ତି କହିଛନ୍ତି।

ନିଆଁ ଲିଭି ଯାଇଥିଲେ ମଧ୍ୟ ମେଡ଼ିକାଲ୍‌ରୁ ଧୂଆଁ ହଟିନାହିଁ। ପୂରା ପରିବେସ ଧୂଆଁମୟ ହୋଇଯାଇଛି। ବିଦ୍ୟୁତ ସରବରାହ ମଧ୍ୟ କାଟି ଦିଆଯାଇଛି।

ସେୟାର କରନ୍ତୁ

Next Post

୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

Sat Aug 19 , 2023
ବାସ୍ତବ ବ୍ୟୁରୋ: ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳି ମାଡ଼ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ମୁହଁରେ ପଡ଼ିଥିଲା। ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାପଡ଼ିଛି। ତାଙ୍କୁ ପୁଲିସ ଗିରଫ କରିଛି।  ସୂଚନାନୁଯାୟୀ, ଆଜି […]

You May Like

Pin It on Pinterest