ପରଲୋକରେ ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ର…

ବାସ୍ତବ ବ୍ୟୁରୋ: ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଡ.ଜୟନ୍ତ ମହାପାତ୍ର । କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଡ. ମହାପାତ୍ର  କିଛି ଦିନ ହେଲା ଅସୁସ୍ଥ ଥିଲେ। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍‌ସ୍ପନ୍ଦନରେ ସମସ୍ୟା ଦେଖାଦେଇଥିଲା। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର୍‌ ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଏହି ଟିମ୍‌ ଡ. ମହାପାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତାଙ୍କୁ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।

ସୂଚନାଯୋଗ୍ୟ, ଡ. ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ। ବିହାରର ପାଟଣା ବିଶ୍ବବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୪୯ ମସିହା ଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ)ରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୧୯୮୬ ମସିହାରେ ସେ ବର୍ତ୍ତମାନର ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଅବସର ନେଇଥିଲେ। ୧୯୬୦ ମସିହା ପରେ ସେ ଲେଖକ ଜୀବନ ଆରମ୍ଭ କରିଥିଲେ। ଇଂରାଜୀ ସାହିତ୍ୟରେ ତାଙ୍କର ଭଲ ଦକ୍ଷତା ଥିଲା। ଇଂରାଜୀ କବିତା ପାଇଁ ସେ ପ୍ରଥମ ଭାରତୀୟ ଭାବେ ‌ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦‌୯ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରିଥିଲେ।

ସେୟାର କରନ୍ତୁ

Next Post

ଟୋପ-ଖଲିଆପାଲି ଆନ୍ଧ୍ରପଡ଼ା ରେଡ୍ଡୀ ଏଜେନ୍ସୀ ରେ ବିଦ୍ୟୁତ୍ ଆଘାତରେ ଜଣେ ମୃତ....

Tue Aug 29 , 2023
ନବୀନ ଦାଶ(ବରଗଡ଼):-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନରେ ଟୋପ-ଖଲିଆ ପାଲି କୁତୁରୀ ଟିକ୍ରା ଆନ୍ଧ୍ରପଡ଼ା ରେ ଥିବା ରେଡ୍ଡୀ ଏଜେନ୍ସି ରେ ୱେଲଡିଂ ମେସିନ ସଜାଡିବାକୁ ଯାଇ ଜଣେ ୨୭ବର୍ଷୀୟାନ ଯୁବକ ମୁନୁ କୁମାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରକାଶ ଥାଉ କି ରାଞ୍ଚି ପଲାମୁ ଗାଆଁ ରୁ ଦୀର୍ଘ ଦିନରୁ ମୁନୁ କୁମାର ଆସି ଅତାବିରା ଟେମ୍ପୁ ଷ୍ଟାଣ୍ଡ ନିକଟରେ ଏକ ଇଲେକ୍ଟ୍ରିକାଲ […]

You May Like

Pin It on Pinterest