ସେବା କାର୍ପଣ୍ୟ ପୂଣ୍ୟ ବଳେ:-କଟକ ସେବା ଫାଉଣ୍ଡେସନ ର ସେବାକାର୍ଯ୍ୟ….

ପୁଷ୍ପକ ମହାନ୍ତି(କଟକ.ସ.)କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କଟକ ସେବା ଫାଉଣ୍ଡେସନ” ପକ୍ଷରୁ କଟକ ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଥୂବା ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ରୋଗୀ ତଥା ସେମାନଙ୍କର ସମ୍ପର୍କୀୟମାନଙ୍କୁ ସକାଳ ର ଜଳଖିଆ ବଣ୍ଟନ କରାଯାଇଥୂଲା।

ଅନୁଷ୍ଠାନର ସଭାପତି ଶ୍ରୀ ପପୁ ପାତ୍ର ଙ୍କ ନେତୃତ୍ବରେ ହୋଇଥୂବା ଏହି ପବିତ୍ର କାର୍ଯ୍ୟକ୍ରମ ରେ ଉପ-ସଭାପତି ଶ୍ରୀ ମଞ୍ଜିଲ୍ ସାହୁ, ସମ୍ପାଦକ ଶ୍ରୀ ରାଜେନ୍ଦ୍ର ସେଠୀ, ଉପଦେଷ୍ଟା ଶ୍ରୀମତୀ ଅଞ୍ଜନା ରାଉତ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହାୟକ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ କଟକ ସହରର ଲୋକପ୍ରିୟ ତଥା ବାସ୍ତବଟିଭିର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ଶ୍ରୀ ସଞ୍ଜୟ କୁମାର ଶତପଥୀଙ୍କୁ ଫାଉଣ୍ଡେସନ ପକ୍ଷରୁ ଉପଢୌକନ ଓ କଟକ ର ଆରାଧ୍ୟ ଦେବୀ ମା’କଟକ ଚଣ୍ଡୀ ଙ୍କ ର ପଟ୍ଟଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ସେୟାର କରନ୍ତୁ

Next Post

ଆଜି ଗଣେଶ ପୂଜା;ଗାଁଠୁ ସହର ସବୁଠି ବିରାଜିଛନ୍ତି ପ୍ରଭୁ ଗଜାନନ

Tue Sep 19 , 2023
ବାସ୍ତବ ବ୍ୟୁରୋ: ଆଜି ଗଣେଶ ପୂଜା। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜିଛନ୍ତି ପ୍ରଭୁ ଗଜାନନ । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ହୋଇଛି ସଜା […]

You May Like

Pin It on Pinterest