ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ : ୨୦୦ରେ ପହଞ୍ଚିଲା ପଜିଟିଭ ସଂଖ୍ୟା

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ୨୦୦ରେ ପହଞ୍ଚିଲାଣି ପଜିଟିଭ ସଂଖ୍ୟା । ଆଜି ପୁଣି ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୭ ଆକ୍ରାନ୍ତ ।୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି ୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ତେବେ ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ହୋଇଥିବା ପରୀକ୍ଷାର ରିପୋର୍ଟ। ଘରୋଇ ଭାବେ ପ୍ରକାଶିତ ତଥ୍ୟାନୁସାରେ ଆକ୍ରାନ୍ତ ସଂଖ୍ୟା ୫ ଶହ ଟପି ଯାଇଥିବା କୁହାଯାଉଛି। କେବଳ ରାଜଗାଙ୍ଗପୁରର ଏକ ଘରୋଇ କ୍ଲିନିକରେ ୧୫୦ରୁ ଅଧିକ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ସେୟାର କରନ୍ତୁ

Next Post

ନୂଆ ବାଚସ୍ପତି ହେବେ ଶ୍ରୀମତୀ ପ୍ରମିଳା ମଲ୍ଲିକ

Wed Sep 20 , 2023
ବାସ୍ତବ ବ୍ୟୁରୋ: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ନିଜର ବିଧାନସଭା ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ଉପସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ଓ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିଦ୍ୱନ୍ଦ୍ୱରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆଉ ତାଙ୍କର ବିଜୟ ସହ ସେ […]

You May Like

Pin It on Pinterest