
ସଂଜୟ ଶତପଥୀ(କଟକ): ବରିଷ୍ଠ ନାଗରିକ ମଞ୍ଚ, ମହାନଦୀ ବିହାର, କଟକ ପକ୍ଷରୁ ଆଜି ସକାଳ ଘ୦୮/୩୦ ମିନିଟ୍ ରୁ ଏକ ବିଶାଳ ଶୋଭାଯାତ୍ରା ମହାନଦୀ ଭବନ ପରିସରରୁ ବାହାରି ନଗର ପରିକ୍ରମା କରି ଅବଶେଷରେ ପୁନର୍ବାର ମହାନଦୀ ବିହାର ପରିସରରେ ପହଞ୍ଚିବା ପରେ ମଞ୍ଚର ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ଙ୍କ ସଭାପତିତ୍ବରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏହି ସମ୍ମିଳନୀରେ ବରିଷ୍ଠ ନାଗରିକମାନେ କିପରି ସମ୍ମାନ ଓ ଶାନ୍ତି ରେ ନିଜର ଅବଶିଷ୍ଟ ଜୀବନ ଯାପନ କରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା।

ଏହି କାର୍ଯ୍ୟକ୍ରମରେ ମଞ୍ଚର ବୟୋଜ୍ୟେଷ୍ଠା ସଦସ୍ୟା ଶ୍ରୀମତୀ ଚାରୁଲତା ଷଡ଼ଙ୍ଗୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଞ୍ଚର ବରିଷ୍ଠ ଉପଦେଷ୍ଟା ଶ୍ରୀ ଗୋପାଳକୃଷ୍ଣ ବେହେରା, ଶ୍ରୀ ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ଶ୍ରୀ ଯଦୁନାଥ ମହାପାତ୍ର ଙ୍କ ସହ ଉପ-ସଭାପତି ଶ୍ରୀ ପ୍ରହ୍ଲାଦ ମହାନ୍ତି, ସମ୍ପାଦକ ଶ୍ରୀ ଭାଗୀରଥି ସାମଲ,ସହ-ସମ୍ପାଦକ ଶ୍ରୀ ନିକୁଞ୍ଜ ବିହାରୀ ରଥ, କୋଷାଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ଦାସ, ମହାନଦୀ ବିହାର ଫାଣ୍ଡି ଅଧିକାରୀ ଶ୍ରୀ ମହେଶ୍ୱର ବେହେରା ତଥା ବରିଷ୍ଠ ନାଗରିକ ମଞ୍ଚ, ମହାନଦୀ ବିହାର କୁ ସହଯୋଗର ହାତ ବଢାଇଥୂବା ଆଇ.ଡି.ଏଫ୍.ସି ଫାଷ୍ଟ ବ୍ୟାଙ୍କ ଓ ୟୁନିଅନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଆମନ୍ତ୍ରିତ ଅତିଥି ଭାବେ ଚୌଦ୍ଵାର-କଟକ ର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗଦେଇ ନିଜ ବକ୍ତବ୍ୟରେ ସମସ୍ତଙ୍କର ସାହାଯ୍ୟ ଲୋଡ଼ିବା ସହ ଏହି ବରିଷ୍ଠ ନାଗରିକମାନଙ୍କୁ ସଦାସର୍ବଦା ସାହାଯ୍ୟ କରି ସେମାନଙ୍କର ଆଶ୍ରିବାଦ ସାଉଁଟିବାକୁ ଆହ୍ବାନ ଦେଇଥିଲେ। ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡେ଼ଇ, ସମାଜସେବୀ ଶ୍ରୀ ସଞ୍ଜୟ ଜେନା, ସମାଜସେବୀ ଶ୍ରୀ ହିମାଂଶୁ ଷଡ଼ଙ୍ଗୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥୂଲେ। ଅବଶେଷରେ ବରିଷ୍ଠ ନାଗରିକ ଶ୍ରୀ ଭାଗୀରଥି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।