ଶ୍ରୀମଦ୍ଭାଗବତ ମେଲଣରେ ସ୍ବାମୀ ଅସୀମା ନନ୍ଦ ସରସ୍ଵତୀ

ସଂଜୟ ଶତପଥୀ(କଟକ): କଟକ ରେ ଶ୍ରୀମଦ୍ଭାଗବତ ପୁନରୁଦ୍ଧାର କମିଟି ପକ୍ଷରୁ ବାଲୁବଜାର-ବିନୋଦବିହାରି ପୁଜା ମଣ୍ଡପ ଠାରୁ ସନାତନ ଧର୍ମର ପ୍ରଚାର ଲାଗି ବହୁ ଶ୍ରଦ୍ଧାଳୁଙ୍କର ଏକ ସମାବେଶ ସହ ପବିତ୍ର ଶ୍ରୀମଦ୍ଭାଗବତ ପୁସ୍ତକ କୁ ମସ୍ତକରେ ବୋହି ଗଙ୍ଗା ମନ୍ଦିର, ଖଟବିନ ସାହି, ମା’କଟକ ଚଣ୍ଡୀ ମନ୍ଦିର, ଶେଖ୍ ବଜାର ଓ ମହମ୍ମଦିଆ ବଜାର ପରିକ୍ରମା କରି ଅବଶେଷରେ ଚାନ୍ଦିନୀଚୌକ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା।ଏହି ପବିତ୍ର ଶୋଭାଯାତ୍ରାରେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ତଥା ସାଧୁ ଶ୍ରୀ ଅସୀମା ନନ୍ଦ ସରସ୍ଵତୀ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ଅଭିନେତା ତଥା ଶ୍ରୀ ଜଗନ୍ନାଥପ୍ରେମୀ ଶ୍ରୀ ଶ୍ରୀତମ ଦାସ, ପ୍ରବକ୍ତା ଶ୍ରୀ ଶଶଧର ପଣ୍ଡା, ଚୌଧୁରୀ କାଶୀନାଥ ମଲ୍ଲିକ, ଦୈନିକ ସମ୍ବାଦପତ୍ର “ପୃଷ୍ଠଭୂମି”ର ମୁଖ୍ୟ ଶ୍ରୀ କୈଳାସ ଜେନା, ପଣ୍ଡିତ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର ଓ ଶ୍ରୀମଦ୍ଭାଗବତ ପୁନରୁଦ୍ଧାର କମିଟି ର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଲୁବଜାର-ବିନୋଦବିହାରି ପୁଜା କମିଟିର ସମ୍ପାଦକ ଶ୍ରୀ ପୃଥିରାଜ ସାହୁ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ସ୍ବାଗତ କରିଥୂଲେ। ଅବଶେଷରେ ଶୋଭାଯାତ୍ରା ଚାନ୍ଦିନୀଚୌକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେ ପୀଠସ୍ଥଳୀ ଠାରେ ପହଞ୍ଚିବା ପରେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ଏବଂ ସନାତନ ଧର୍ମର ପ୍ରସାର ଓ ଶ୍ରୀମଦ୍ଭାଗବତ ପୁନରୁଦ୍ଧାର ଲାଗି ପ୍ରଚେଷ୍ଟା କରିଥିବା ବହୁ ଶ୍ରଦ୍ଧାଳୁ ଓ ପ୍ରଚାର ରେ ସହଯୋଗ ଜାରି ରଖୂଥୂବା ସମ୍ବାଦପତ୍ର “ପୃଷ୍ଠଭୂମି”ର ମୂଖ୍ୟ ଶ୍ରୀ କୈଳାସ ଜେନା ଓ ଓ୍ବେବ୍ ମିଡିଆ “ବାସ୍ତବ ଟିଭି ପ୍ରାର୍ଥନା”ର ସାମ୍ବାଦିକ ଶ୍ରୀ ସଞ୍ଜୟ କୁମାର ଶତପଥୀଙ୍କୁ ଙ୍କୁ ଉତ୍ତରୀୟ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ତଥା ମିଠା ହାଣ୍ଡି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

୧୯ଶ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀ ର ସର୍ବାଧିକାରୀ ଶ୍ରୀ କବିନ୍ଦ୍ର ସାହୁ (କବି ଭାଇ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସେୟାର କରନ୍ତୁ

Next Post

କଟକରେ ଅକ୍ଟୋବର ୧ତାରିଖ ବିଶ୍ୱ ପେନସନର ଦିବସ ମିଳିତ ଭାବେ ପାଳିତ...

Mon Oct 2 , 2023
କଟକରେ ଅକ୍ଟୋବର ୧ତାରିଖ ବିଶ୍ୱ ପେନସନର ଦିବସ ମିଳିତ ଭାବେ ପାଳନ ଓ ସ୍ଵାସ୍ଥ୍ୟ,ବାସଗୃହ ଓ ସର୍ବନିମ୍ନ ପେନସନ ଆଦି ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି.… ସଂଜୟ ଶତପଥୀ(କଟକ):ପେନସନର ମାନେ ଏକ ସମ୍ମାନଜନକ ଭାବେ ଜୀବନ ଅତିବାହିତ କରିବା ପାଇଁ ଆବଶ୍ୟକ ସର୍ବନିମ୍ନ ପେନସନ, ଚିକିତ୍ସା ବ୍ୟବସ୍ଥା, ମାଗଣାରେ ଯାତାୟତ ଆଦି ମୌଳିକ ସୁବିଧା ଗୁଡିକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର […]

You May Like

Pin It on Pinterest