
ସଂଜୟ ଶତପଥୀ(କଟକ): କଟକ ର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ କଟକ ର ପୂର୍ବତନ ବିଧାୟକ, ବିଶିଷ୍ଟ ସମାଜସେବୀ, ପୂର୍ବତନ ଶାନ୍ତି କମିଟି ର ସଭାପତି ତଥା ବିଶିଷ୍ଟ ରାଜନେତା ସଂଗ୍ରାମ କେଶରୀ ମହାପାତ୍ର ଙ୍କ ୨୩ତମ ସ୍ମୃତିସଭା ମହାସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର୍ ଆସୋସିଏସନ୍ ର ସଭାପତି ତଥା ସୁନାମଧନ୍ୟ ଆଇନଜୀବୀ ଶ୍ରୀ ଧରଣୀଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ସମ୍ମାନିତ ଅତିଥି ଭାବେ କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂ, କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍, ବରିଷ୍ଠ ସାମ୍ବାଦିକ ଶ୍ରୀ ସତ୍ୟ ରାୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର୍ ଆସୋସିଏସନ୍ ର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ଆଇନଜୀବୀ ଶ୍ରୀ ସୌର ଚନ୍ଦ୍ର ମହାପାତ୍ର ଯୋଗଦେଇ ସ୍ଵର୍ଗତଃ ମହାପାତ୍ରଙ୍କର ସ୍ମୃତିଚାରଣ କରିବା ସହ ସେହି ମହାନ୍ ବ୍ୟକ୍ତିତ୍ଵ ଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବାକୁ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ।
ଅନ୍ୟ ବରିଷ୍ଠ ବ୍ୟକ୍ତିତ୍ଵ ଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗଜେନ୍ଦ୍ର ପାଣି, ଶ୍ରୀ ମୂରଲୀଧର ଶତପଥୀ, ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ଶ୍ରୀ ସୋମନାଥ ଦାସ, ବରିଷ୍ଠ ବିଜେଡ଼ି ନେତା ଶ୍ରୀ ଧର୍ମେଶ ନାୟକ ପ୍ରମୁଖ ଯୋଗଦେଇଥିଲେ। କଟକ ର ଗୌରୀଶଙ୍କର ପାର୍କ ଠାରେ ଥୂବା ସ୍ବର୍ଗତ ମହାପାତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ରାମଧୂନ ଗାନ କରାଯାଇଥିଲା। ଅବଶେଷରେ ଚୌଧୁରୀ କାଶୀନାଥ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।