ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ+ ଗ୍ରେଡ଼ ଦେଲା ନାକ୍

ବାସ୍ତବ ବ୍ୟୁରୋ: ପୁନଃବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ+ ଗ୍ରେଡ଼ ଦେଲା ନାକ୍ । ସୂଚନା ଥାଉକି ମେ ମାସରେ ଆସିଥିବା ନାକ୍ ଟିମ ଦେଇଥିଲା ଏ ଗ୍ରେଡ । ଏହାର ପୁନଃ ବିଚାର ପାଇଁ ଆବଦେନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏ ଗ୍ରେଡରୁ ଉଠି ନାକ୍ ଟିମ ଦେଇଛି ଏ+ ଗ୍ରେଡ । ୨୦୧୬ ମସିହାରେ ଉତ୍କଳ ହାତେଇଥିଲା ଏ+ ଗ୍ରେଡ । ଏଥର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ++ ପାଇଁ ଆଶା ରଖିଥିଲେ ମଧ୍ୟ ତାହା ବିଫଳ ହୋଇଛି । କିନ୍ତୁ ଏ+ ଗ୍ରେଡ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆତ୍ମସନ୍ତୋଷ ଦେଇଛି ।

ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର। ଉତ୍କଳ ବିଶ୍ଵବିଦ୍ୟାଳୟ ଦେଶର ୧୦୦ ବିଶ୍ୱବିଦ୍ୟାଳୟ ଭିତରେ ୪ ବର୍ଷ ହେଲାଣି ରହି ଆସିଛି। ଟିମ ୱାର୍କ ପାଇଁ ଏହା ସଫଳ ହୋଇପାରିଛି। ୫ ବର୍ଷ ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଏ++ ଗ୍ରେଡ ପାଇବ। ଆଗକୁ ସବୁ ବିଭାଗରେ କିପରି ଉନ୍ନତି ହେବ ତାକୁ ଧ୍ୟାନ ଦିଆଯିବ। ଏଠି ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବ୍ୟବସ୍ଥା ରହିଛି। ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ।

ସେୟାର କରନ୍ତୁ

Next Post

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଗଲା ୮ ଜୀବନ....

Fri Dec 1 , 2023
ବାସ୍ତବବ୍ୟୁରୋ(କେନ୍ଦୁଝର) : ମୃତ୍ୟୁ କେତେବେଳେ ଆସେ କିଏବା କହିବ ।ମା’ତାରିଣୀଙ୍କ ଦର୍ଶନର ଅଭିଳାଷା ଆଶାର ହିଁ ରହିଗଲା। ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିଯୋଡି ଗ୍ରାମ ନିକଟରେ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୮(ଆଠ)ଜୀବନ । ଖବର ଅନୁଯାଇ, ଗଞ୍ଜମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ୩ଟି ପରିବାର ମା’ ତାରିଣୀଙ୍କ ଦର୍ଶନ ପାଇଁ ଏକ ଟାଟା ୱିଙ୍ଗର ଗାଡିରେ ଆସୁଥିବା ବେଳେ ଜାତୀୟ […]

You May Like

Breaking News

Pin It on Pinterest