ବକେୟା ପାଉଣା ନମିଳିବାରୁ ” କସ୍ ବୋର୍ଡ଼ ଇଣ୍ଡଷ୍ଟ୍ରି ” ସମ୍ମୁଖରେ ୯୫ ଦିନ ଧରି ଗଣଧାରଣାରେ ବସିଛନ୍ତି ଶ୍ରମିକ…

ସଂଜୟଶତପଥୀ(କଟକ)୨୪/୧୨- ଜଗତପୁର ଶିଳ୍ପାଞ୍ଚଳ ସ୍ଥିତ କସ୍ ବୋର୍ଡ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି, ବୋନସ୍ ସମେତ ଅନ୍ୟାନ୍ୟ ଶ୍ରମ ଆଇନ ମୁତାବକ ସୁବିଧା ସୁଯୋଗ ପ୍ରଦାନ କରାଯାଇ ନଥିବାରୁ ଏ ସମ୍ବନ୍ଧରେ କର୍ମଚାରୀ ମାନେ ଉକ୍ତ କମ୍ପାନୀର ମାଲିକ, ଲେବର କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଜଣାଇ ଦିଆଯାଇଥିବା ସତ୍ତ୍ୱେ ଉକ୍ତ କମ୍ପାନୀର ମାଲିକ ସମସ୍ତ ଶ୍ରମିକ ମାନଙ୍କୁ ଆଇନଗତ ପ୍ରାପ୍ୟ ପ୍ରଦାନ କରିନାହାନ୍ତି । 

ଯାହାଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଉଥିବା କାରଣରୁ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଜଗତପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ କସ୍ ବୋର୍ଡ଼ ଇଣ୍ଡଷ୍ଟ୍ରି(ବିମଲ ଗ୍ରୁପ୍)କମ୍ପାନୀ ଗେଟ୍ ସମ୍ମୁଖରେ କର୍ମଚାରୀ ମାନେ ଖରା ଆଉ ବର୍ଷାରେ ୯୫ ଦିନ ଧରି ଗଣଧାରଣାରେ ବସିରହିଛନ୍ତି । ପ୍ରକାଶ ତାଙ୍କରି କସ୍ ବୋର୍ଡ ଇଣ୍ଡଷ୍ଟ୍ରିକୁ ଉକ୍ତ କମ୍ପାନୀର ମାଲିକ ଜାଣି ଶୁଣି ରୁଗଣଶିଳ୍ପ କରାଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ କମ୍ପାନୀକୁ ବିଲ୍ ଗ୍ରୁପର ମାଲିକ କିଣି ନେଇଥିଲେ । କର୍ମଚାରୀ ମାନଙ୍କର ସମସ୍ତ ପ୍ରାପ୍ୟ ଠିକ୍ ରୂପେ ନଦେବା ଫଳରେ କର୍ମଚାରୀମାନେ ବାଧ୍ୟହୋଇ ଏହି ଆନ୍ଦୋଳନକୁ ଜାରି ରଖିଛନ୍ତି ।

 ଉକ୍ତ କମ୍ପାନୀର ମାଲିକ ଏହାର ସୁଯୋଗ ନେଇ ଓକିଲଙ୍କ ଜରିଆରେ ସଂଘର ସଭାପତି ବସନ୍ତ କୁମାର ସାହୁଙ୍କ ସମେତ ୨୫ ଜଣ କର୍ମଚାରୀଙ୍କ ନାମରେ ନୋଟିସ ଜରିଆରେ କମ୍ପାନୀର ୫କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଦର୍ଶାଇଛନ୍ତି।ଏଥିସହିତ ସିଭିଲ ଓ କ୍ରିମିନାଲ କେସ୍ ମଧ୍ୟ କରାଯିବା ପାଇଁ ଉକ୍ତ ନୋଟିସରେ ମଧ୍ୟ ଉଲ୍ଲେଖ ରହିଛି । ସଂଘ ତରଫରୁ ଉକ୍ତ ଚିଠିର ପ୍ରତ୍ୟୁତ୍ତର କମ୍ପାନୀ ମାଲିକଙ୍କ ଓକିଲ ଓ ଶ୍ରମ ବିଭାଗକୁ ଜଣାଇ ଦିଆଯାଇଛି ବୋଲି ସଂଘର ସଭାପତି ଶ୍ରୀ ସାହୁ କହିଛନ୍ତି । ଆଜି ଧାରଣାର ୯୫ ଦିନ ରେ ଭାରତୀୟ ମଜଦୁର ସଂଘ, କଟକ ଜିଲ୍ଲା ତରଫରୁ ଧାରଣା ସ୍ଥଳରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଆନ୍ଦୋଳକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । 

ଅନ୍ୟମାନଙ୍କ ମଧ୍ୟରେ ଓ.ସି.ଏଲ. ମଜଦୁର ସଂଘ ସାଧାରଣ ସମ୍ପାଦକ ଅଶୋକ କୁମାର ସ୍ୱାଇଁ, ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ରାଉତ, ସାଧାରଣ ସମ୍ପାଦକ ଅଶୋକ ଚନ୍ଦ୍ର ସାମଲ, ବଳଦେବ ମହାନ୍ତି, ରବିନ୍ଦ୍ର ସାହୁ, ଅକ୍ଷୟ ଚୌଧୁରୀ, ଗୟାଧର ରାଉତ, ରବିନ୍ଦ୍ର ମଲ୍ଲିକ, ସୁରେଶ ଖୁଣ୍ଟିଆ, କଟକ ଜିଲ୍ଲା ଅସଂଗଠିତ ମଜଦୁର ସଂଘର ସଭାପତି ବିନୋଦ କୁନାର ପତି, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଏନ୍.ଆର୍.ଆର୍.ଆଇ.କଣ୍ଟ୍ରାକ୍ଟ ଲେବର ୟୁନିୟନର କାର୍ଯ୍ୟକାରୀ ସଭାପତି ଜ୍ୟୋତ୍ସ୍ନା ରାଣୀ ସିଂ, ସାଧାରଣ ସମ୍ପାଦକ ସୁଧୀର କୁମାର  ନାୟକ, ବିଲଡିଙ୍ଗ କନଷ୍ଟ୍ରକସନ ୱାର୍କରସ ୟୁନିୟନର ଉପସଭାନେତ୍ରୀ ସବିତା ସାହୁ, ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ୍ ର କଟକ ଜିଲ୍ଲା ସମ୍ପାଦିକା ପୁଷ୍ପଲତା ମହାନ୍ତି, କୋଷାଧ୍ୟକ୍ଷା ସ୍ୱର୍ଣ୍ଣଲତା ସାହୁ ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସଭାପତି ଆଇନଜୀବି ରମାକାନ୍ତ ସାହୁ, ଅଭୟ କୁମାର ଦାସ ପ୍ରମୁଖ ଯୋଗଦାନ କରି କର୍ମଚାରୀ ମାନଙ୍କର ଦେଖାଦେଉଥିବା ସମସ୍ୟା ଉପରେ ଉଦବୋଧନ ଦେବା ସହ କସ୍ ବୋର୍ଡ଼ ଇଣ୍ଡଷ୍ଟ୍ରିର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଦୃଢ଼ ନିନ୍ଦା କରିବା, କର୍ମଚାରୀ ମାନଙ୍କର ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରିବା ସହ ସେମାନଙ୍କର ଆଇନଗତ ପ୍ରାପ୍ୟ ପ୍ରଦାନ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । 
ପ୍ରକାଶ ଥାଉକି ଏନ୍.ସି.ଏଲ୍.ଟି. କୋର୍ଟ ନିର୍ଦ୍ଦେଶ ଦେଇଥିବା ଶ୍ରମିକ ମାନଙ୍କର ପ୍ରାପ୍ୟ ବାବଦରେ ୧ କୋଟି ୭୪ ଲକ୍ଷ ଟଙ୍କାକୁ ଉକ୍ତ କମ୍ପାନୀର ମାଲିକ ବାଟମାରଣା କରିଛନ୍ତି । 
            
            
ସେୟାର କରନ୍ତୁ

Next Post

ବାରବାଟି କଟକ ବିଜେପିର ବୀର ବାଲ୍ ଦିବସ ପାଳନ ଉତ୍ସବ....

Wed Dec 27 , 2023
ସଂଜୟ ଶତପଥୀ(କଟକ): ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପୁତ୍ରମାନଙ୍କ ଶହୀଦତାକୁ ସ୍ମରଣ କରିବା ପାଇଁ ଗତ ବର୍ଷ ଠାରୁ ସାରା ଦେଶରେ ୨୬ ଡିସେମ୍ବର କୁ ବୀର ବାଲ୍ ଦିବସ ରୁପେ ପାଳନ କରାଯାଉଛି।ଏହି ଅବସରରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ସ୍ଵାଧୀନତାର ସୁବର୍ଣ୍ଣଯୁଗରେ ‘ବୀର ବାଲ ଦିବସ’ ଆକାରରେ […]

You May Like

Pin It on Pinterest