ପରଲୋକରେ ଜନପ୍ରିୟ ନାଟ୍ୟକାର ବିଜୟ ମିଶ୍ର

ବାସ୍ତବ ବ୍ୟୁରୋ- ଜନପ୍ରିୟ ନାଟ୍ୟକାର ବିଜୟ ମିଶ୍ରଙ୍କ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ସେ ରାଜଧାନୀର ଏକ ଘରୋଇ ନର୍ସିଂହୋମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେହାନ୍ତ ପରେ ନାଟ୍ୟ ତଥା ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି

୧୯୩୬ ମସିହା ଜୁଲାଇ ମାସ ୧୬ରେ ସେ ବାଲେଶ୍ୱର ଜିଲ୍ଲା ନୀଳଗିରିର ସନ୍ତରାଗଡ଼ିଆରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୦ରେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ‘ଜନନୀ’ ନାଟକରୁ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ବିଜୟ ମିଶ୍ରଙ୍କ ଚର୍ଚ୍ଚିତ ନାଟକ ‘ତଟ ନିରଞ୍ଜନୀ’ ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ତାଙ୍କ କୃତି ମଧ୍ୟରେ ରହିଛି ଜନନୀ, ଏକାକୀ, ଅଶାନ୍ତ ଗ୍ରହ, ତିମିର ତୀର୍ଥ, ପ୍ରତୀକ୍ଷା, ଆର୍ତ୍ତନାଦ, ହେ ସ୍ୱର୍ଗ ବିଦାୟ, ଶବ ବାହକମାନେ, ଯାଯାବର, ସାଗରତୀରେ, ଅସତ୍ୟ ସହର, ଏଠି ସେଠି ସବୁଠି, କଥାଟିଏ କହୁଁ, ଚନ୍ଦ୍ରଚୋରି, ଲଗ୍ନ, ଦୁଇଟି ସୂର୍ଯ୍ୟ: ଦଗ୍ଧ ଫୁଲକୁ ନେଇ ଏବଂ ଜଣେ ରାଜା ଥିଲେ ଏଭଳି ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ।

ତେବେ ନିଜ ବହୁମୂଖୀ ପ୍ରତିଭା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି ବିଜୟ । ଏହାସହ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ବିଜୟ । ବିଜୟଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Apr 27 , 2020
୧-ଭାରତର ପ୍ରମୁଖ ଔଷଧ କମ୍ପାନୀ ସିରମ Institute of India ତିନି ସପ୍ତାହ ମଧ୍ୟରେ କୋଭିଡ ଔଷଧ ପରୀକ୍ଷା କରିବ। ୨-ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ। ୩-ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ୨ ରାଜ୍ୟର CMଙ୍କ ସହ କଥା ହେଲେ ନବୀନ। ୪-ଲକଡାଉନ୍ ପରିସ୍ଥିତି ସମ୍ପର୍କରେ ଆଜି ନବୀନ ଓ ୮ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ […]

You May Like

Pin It on Pinterest