
ସଂଜୟ ଶତପଥୀ(କଟକ): କଟକର ମଧୁପାଟଣା ଛକ ନିକଟରେ ଜନୈକ ସାମ୍ବାଦିକ ଙ୍କ ମାଞ୍ଜା ଗୁଡ଼ି ସୁତା ରେ ବେକ କଟିବା ପ୍ରସଙ୍ଗ କୁ ନେଇ କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ମାଞ୍ଜା ଗୁଡିସୁତା ବିକ୍ରି କରିବା ଉପରେ ରୋକ୍ ଲଗାଯିବା ଏବଂ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ କେତେକ ବ୍ୟବସାୟୀ ଏହି ବ୍ୟବସାୟରେ ଲିପ୍ତ ରହି ଚୋରାରେ ଏହି ବିପଦପୂର୍ଣ୍ଣ ମାଞ୍ଜା ଗୁଡିସୁତା ବିକ୍ରି କରୁଥିତ୍ଲା ।
ଖବର ପାଇ ପୁରୀଘାଟ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଯତୀନ୍ଦ୍ର ମୋହନ ସେଠୀଙ୍କ ନିର୍ଦ୍ଦେଶରେ ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀ ବିଭୁତି ଭୂଷଣ ଦାସ ଙ୍କ ନେତୃତ୍ବରେ ସହକାରୀ ଉପ-ଆରକ୍ଷୀ ନିରୀକ୍ଷକ ଶ୍ରୀ ଅନୀଲ୍ କୁମାର ବିଶ୍ଵାଳ ସଦଳବଳେ ୧୪ତାରିଖ ରାତ୍ର ୯ଟା ସମୟରେ କଟକର ଚୌଧୁରୀ ବଜାର ର ପୂର୍ଣ୍ଣସାହୁ ଛକରେ ଥୂବା ରାଧାକୃଷ୍ଣ ଷ୍ଟୋର୍ ରେ ଚଢାଉ କରି ୩୦୦ ପ୍ୟାକେଟ୍ ମେଟ୍ରୋ ପ୍ୟାକେଟ୍ ମାଞ୍ଜା ସୂତା,୫୦ ପ୍ୟାକେଟ୍ ମୋନୋ ମାଞ୍ଜା ସୂତା,୭୮ ପ୍ୟାକେଟ୍ ଓ୍ବ।ଇଫାଇ ମାଞ୍ଜା ଗୁଡିସୁତା,୧୦୩ ପ୍ୟାକେଟ୍ ମ୍ଯାକଡୁଏଲ୍ ମାଞ୍ଜା ଗୁଡିସୁତା ଓ ୧୦୯ ପ୍ୟାକେଟ୍ ଫ୍ଲାଇଙ୍ଗ ଡ୍ରାଗନ୍ ମାଞ୍ଜା ଗୁଡିସୁତା ଜବତ୍ କରିବା ସହ ବିକ୍ରେତା ନିଲେଶ୍ ମଲ୍ଲିକ ଙ୍କୁ ଗିରଫ କରି ପିଙ୍ଗଳ କୋର୍ଡ ଧାରା ୧୮୮/୨୯୦/୨୯୧ ରେ ମାମଲା ରୁଜୁ କରିଛନ୍ତି।
ସୂଚନାଯୋଗ୍ୟ ଯେ ଆସାମୀ ନିଲେଶ୍ ମଲ୍ଲିକ ଙ୍କ ବିରୁଦ୍ଧରେ ୨୦୨୩ ମସିହାରେ ସମାନ ଅପରାଧ ଲାଗି ସମାନ ଧାରାରେ ପୁରୀଘାଟ ଥାନା ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲା ମାନ୍ୟବର ଅଦାଲତ ରେ ବିଚାରାଧିନ ଅଛି। ଏହି ଘଟଣାକୁ ନେଇ ପୁରୀଘାଟ ଥାନା ଅଧୀନରେ ଥିବା ଚୋରା ମାଞ୍ଜା ଗୁଡିସୁତା ବିକ୍ରେତାଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।