ଜନତା ଦରବାରରେ କଂଗ୍ରେସ ନେତା ନରସିଂହଙ୍କ ଘୋଷଣା…

ବଲାଙ୍ଗୀର(ବିମଲ ଯୋଶୀ):ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଗାମୀ ନିର୍ବାଚନ ଲଢିବେନାହିଁ। ତେବେ ରାଜନୀତି ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନରସିଂହ ।

ସେ ବଲାଙ୍ଗୀରରେ ଡାକିଥିବା ଜନତା ଦରବାରରେ ଏହି ଘୋଷଣା କରିଛନ୍ତି ।

ଆଗାମୀ ୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ କେଉଁ ପ୍ରସଙ୍ଗ ଉଠାଯିବ,ସେ ନେଇ ଲୋକଙ୍କ ସହ ଆଲୋଚନା କରିବାକୁ ବଲାଙ୍ଗୀରର ଏକ ଘରୋଇ ହୋଟେଲରେ ଦରବାର ଡାକିଥିଲେ । ଏଥିରେ ନରସିଂହ ଘୋଷଣା କରିଛନ୍ତି, ବିଧାୟକ ହିସାବରେ ଏହା ହେଉଛି ତାଙ୍କ ଶେଷ ଜନତା ଦରବାର । ସେ ଆଉ ନିର୍ବାଚନ ଲଢିବେ ନାହିଁ କିନ୍ତୁ ରାଜନୀତି କରିବେ ବୋଲି କହିଛନ୍ତି ନରସିଂହ ମିଶ୍ର ।

ସେୟାର କରନ୍ତୁ

Next Post

ଫେବୃଆରୀ ୨୭ରେ ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ

Mon Jan 29 , 2024
ବାସ୍ତବ ବ୍ୟୁରୋ: ଆସନ୍ତା ଫେବୃଆରୀ ୨୭ରେ ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ। ଏଥିନିମନ୍ତେ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଆସନ୍ତା ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରିବ। ଏହି ୩ ସାଂସଦ ହେଲେ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବ। ଏହି ନିର୍ବାଚନ ପାଇଁ ନିର୍ବାଚନ ପାଇଁ ଫେବୃଆରୀ ୮ରେ […]

You May Like

Pin It on Pinterest