କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ,କୁଟିଆ କନ୍ଧ’ଙ୍କ ଅର୍ଥ ଆତ୍ମସାତ କରିଛି କି ?….


ନର୍ଲା-୦୯/୦୨/୨୪(ସନ୍ତୋଷ ପାତ୍ର):
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ଆଦିବାସୀ ତଥା କୁଟିଆ କନ୍ଧ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ରହିଛି କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର କାର୍ଯ୍ୟାଳୟ। ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି ମୂଳକ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଥିବା ଜିଲ୍ଲା ଅଧିକାରୀ ମାନେ ବାହାବାହା ନେଉଥିବା ବେଳେ ଠିକ୍ ଓଲଟା ଚିତ୍ର ଦେଖିବାକୁ ମିଳିଛି।

ସୁଚନା ମୁତାବକ ୨୦୨୩ -୨୦୨୪ ଆର୍ଥିକ ବର୍ଷରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଆଦିବାସୀ ଙ୍କୁ ରୋଜଗାର ଓ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ଯରେ, ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଂଚାୟତ ସ୍ଥିତ ମାଦାଙ୍ଗଦାନି ଡଙ୍ଗର ଠାରେ ଷ୍ଟେଗରଷ୍ଟ୍ରେଞ୍ଚ କାର୍ଯ୍ୟାଦେଶ 2410/DP/10852399 ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ସୂଚନା ମିଳିଥିବା ବେଳେ ଉକ୍ତ କାର୍ଯ୍ୟକୁ କାଗଜ ପତ୍ର ମାଧ୍ୟମରେ କଳା କୁ ଧଳା କରୁଥିବା ବିଭାଗୀୟ ଅଧିକାରୀ ମାନେ ନିଜର ସମ୍ପର୍କୀୟ ମାନଙ୍କ ବ୍ୟାଙ୍କ ଖାତାରେ ପ୍ରାୟ ୮୯୦୦୦ ରୁ ଉର୍ଦ୍ଧ ଟଙ୍କା ହଡ଼ପ କରାଯାଇ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଏପରିକି ଉକ୍ତ ଗ୍ରାମର ଜବକାର୍ଡ ଧାରି ମାନଙ୍କୁ କର୍ଯ୍ୟରେ ନିୟୋଜିତ ନ କରାଇ ମୁଣ୍ଡାଗାଁ, ଉଳିଗୁଞ୍ଜେର , ଅନ୍ୟାନ୍ୟ ଗ୍ରାମର କେତେଜଣ ଶ୍ରମିକ ମାନଙ୍କୁ ଜବ କାର୍ଡ ମନରେଗା ମାଧ୍ୟମରେ ଷ୍ଟାଗରଷ୍ଟ୍ରେଞ୍ଚ ଭଳି ଲକ୍ଷ ଲକ୍ଷ ଟଙ୍କାରେ ବିଭିନ୍ନ କାମ କେ.କେ.ଡି ପ୍ରକଳ୍ପ ଦ୍ୱାରା କୋଟି କୋଟି ଟଙ୍କା ଆତ୍ମସାତ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ତେଣୁ ଏଥି ନିମନ୍ତେ ଉଚ୍ଚସ୍ତରୀୟ ତଦନ୍ତ କଲେ ଏହାର ସତ୍ୟାସତ୍ୟ ପଦାକୁ ଆସିବ ।

ସେୟାର କରନ୍ତୁ

Next Post

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ। 

Fri Feb 9 , 2024
ବାସ୍ତବ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଆଜି କେନ୍ଦ୍ର ସରକାର ଏହି ତିନି ଜଣ ମହାନ ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରିଛନ୍ତି।  ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ ଏମଏସ୍ […]

You May Like

Pin It on Pinterest