ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜିବାର ସଙ୍କଳ୍ପ ରେ ମ୍ଯୂଜିକ୍ କାଫେ….

ସଂଜୟ ଶତପଥୀ(କଟକ): ପ୍ରାଚୀନ ଉତ୍କଳ ତଥା ବର୍ତ୍ତମାନ ର ଓଡ଼ିଶାର ଶ୍ରେଷ୍ଠ କଳା ଲୋକ ସଙ୍ଗୀତ ଆଧୁନିକତା ର ଚାପରେ ଧୀରେ ଧୀରେ ଲୁପ୍ତ ହେବାକୁ ଯାଉଥିବା ବେଳେ ଏବଂ ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ନିରବି ଯାଇଥୂବା ବେଳେ ଏବଂ ନିଜର ଦୈନିକ କର୍ମବହୁଳ ତଥା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜ ନିଜର ଅପାସୋରା ସଙ୍ଗୀତ କଳାକୁ ଘର କଣରେ ଏକୁଟିଆ ବସି ଲୁହ ଭିଜା ଆଖି ରେ ଗୁଣୁଗୁଣୁ ସୁର ରେ ଗାଉଥିବା ବେଳେ ସେହିମାନଙ୍କୁ ମଞ୍ଚ ଉପରକୁ ଓ କଳା ପ୍ରଦର୍ଶନର ବାଟ ଦେଖାଇବାକୁ ଆଗେଇ ଆସିଛି କଟକ ର କିଛି ଅପରିଚିତ କଣ୍ଠଶିଳ୍ପୀ ଙ୍କ ଦ୍ଵାରା ଗଠିତ “ମ୍ଯୂଜିକ୍ କାଫେ”.।

ବିଦେଶୀ ଭାଷାରେ ନାମିତ ହୋଇଥୂବା ଏହି ଅନୁଷ୍ଠାନ ର ଆଜି କଟକ ର ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ଆବାହକ ଶ୍ରୀ ଗିରିଜା ଶଙ୍କର ମିଶ୍ର ଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ସହ କଣ୍ଠଶିଳ୍ପୀ ଶ୍ରୀ ଅନୀଲ୍ ମିଶ୍ର, ଶ୍ରୀମତୀ ଅଳକାନନ୍ଦା ପାଣିଗ୍ରାହୀ, ଶ୍ରୀମତୀ ମଧୁସ୍ମିତା ରାଉତ ଏବଂ ଅନ୍ୟ ସଦସ୍ୟମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଓଡ଼ିଶା ର ପ୍ରାଚୀନ କଳାକୁ ପୁର୍ନଜୀବିତ କରିବାର ଏହା ସେମାନଙ୍କର ପ୍ରୟାସ ବୋଲି ମତପୋଷଣ କରିବା ସହ ଚଳିତ ଫେବୃଆରୀ ମାସର ୧୮ ତାରିଖ ରେ ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାରେ ଏହି ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜିବା ସହ ସେମାନଙ୍କର ପ୍ରତିଭା କୁ ଲୋକଲୋଚନକୁ ଆଣିବା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ହେବାକୁ ଯାଉଛି ।

ଯାହାକି ଓଡ଼ିଶା ର କଳା ସଂସ୍କୃତିକୁ ବଞ୍ଚାଇବା ଲାଗି ଏକ ବିରାଟ ପଦକ୍ଷେପ ବୋଲି ଅତ୍ୟୁକ୍ତି ହେବନାହିଁ ବୋଲି ମତ ମଧ୍ୟ ଦେଇଥିଲେ।କାର୍ଯ୍ୟକ୍ରମ ର ସଂଚାଳକ ଶ୍ରୀ ବିଶ୍ଵମ୍ଭର ସାହୁ ଅବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ସାନଭାଈର ହତ୍ୟା ପାଇଁ ଲକ୍ଷେ ୭୦ ହଜାରର ସୁପାରି...

Sat Feb 10 , 2024
ବାସ୍ତବବ୍ୟୁରୋ(ବାଲେଶ୍ବର)୧୦/୨/୦୨୪: ଭାଇ ଭୁଲିଗଲା ରକ୍ତ ସମ୍ପର୍କ,ସାନ ଭାଇକୁ ହତ୍ୟା ପାଇଁ ଲକ୍ଷେ ସତୁରୀ ହଜାର ଦେଲା ସୁପାରି। ଭାଇକୁ ଅପରାଧି ହତ୍ୟା କଲେ। ପୋଲିସ କବଳରୁ ଖସି ଯିବାପାଇଁ ନିଜେ କମ୍ପ୍ଲେନର ସାଜିଥିଲେ ବଡଭାଇ। ହେଲେ ଖସି ପାରିଲେନି ପୋଲିସର ଚକ୍ରବ୍ୟୁହରୁ ।ପୁଲିସ ବଡଭାଇ ସମେତ ୬ ଜଣକୁ ଗିରଫ କରିଛି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୁଲିସ। ବାଲେଶ୍ବରର ନିଳଗିରି ଥାନାରେ,ଗତ ୬ତାରିଖରେ କାଁଶ ଗ୍ରାମର […]

You May Like

Pin It on Pinterest