
ସଂଜୟ ଶତପଥୀ(କଟକ): କଟକର ବକ୍ସି ବଜାରସ୍ଥିତ ଓ୍ବାଇ.ଏମ୍.ସି.ଏ.ର ସମ୍ମିଳନୀ କକ୍ଷରେ ସାଧାରଣ ବୀମା ପେନସନର୍ସ ସଂଘ, ଓଡ଼ିଶା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ଅଧିବେଶନର ଆୟୋଜନ ହୋଇଯାଇଛି।
ସର୍ବଭାରତୀୟ ପେନସନର୍ସ ଫେଡେରେସନ୍ ର ସାଧାରଣ ସଚିବ ଉଦୟନ୍ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସାଧାରଣ ପେନସନଧାରୀ ମାନେ ବିଭିନ୍ନ ସମସ୍ୟା ନେଇ ଗତି କରୁଥୂବା ବେଳେ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ଓ ରାଜ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ ନ କରିବା ବଡ଼ ଦୁଃଖ ଓ ପରିତାପର ବିଷୟ ବୋଲି ନିଜର ବକ୍ତବ୍ୟ ରଖିଥିବା ବେଳେ ୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମାଭୁକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ତଥା କେନ୍ଦ୍ର ସରକାରଂକୁ ନିବେଦନ କରିଥିଲେ।୧୯୯୫ ରେ ବୀମା ଶିଳ୍ପ ରେ ପେନସନ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ୨୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ସଂଶୋଧନ କରା ନ ଯିବା ପରିତାପର ବିଷୟ। ସେଥିପାଇଁ ପେନସନଭୋଗୀ ମାନେ ବହୁ ସମସ୍ୟାରେ ପଡ଼ୁଛନ୍ତି।ଏହି ସମ୍ବେଦନଶୀଳ ଘଟଣା କୁ ତୁରନ୍ତ ସରକାର ବିଚାର କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଥିଲା।
ଏହି ଅଧିବେଶନରେ ବରିଷ୍ଠ ସଦସ୍ୟ ଶ୍ରୀ ରମେଶ ସାହୁ, ଶ୍ରୀ ଜାନକୀବଲ୍ଲଭ ମହାପାତ୍ର, ଶ୍ରୀ ବିଶ୍ଵନାଥ ମଲ୍ଲିକ, ଶ୍ରୀ ପ୍ରଦୀପ ଦାସ, ଶ୍ରୀ ଅଶୋକ ବିହାରୀ ମହାପାତ୍ର, ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଯଶୋଦା ନନ୍ଦନ ଆସ୍ ପ୍ରମୁଖ ଯୋଗଦେଇ ନିଜ ନିଜର ଭାଷଣ ମାଧ୍ୟମରେ କ୍ଷୋଭ ପ୍ରକାଶ କରିଥିଲେ। ସଂଘର ସମ୍ପାଦକ ଶ୍ରୀ ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥୂବା ବେଳେ ଶ୍ରୀ ଶ୍ରୀ ରବିନ୍ଦ୍ରନାଥ ସିଂହ ବାର୍ଷିକ ଆୟବ୍ୟୟ ର ହିସାବ ଉପସ୍ଥାପନ କରିଥୂଲେ। ଅବଶେଷରେ ଶ୍ରୀ ସଞ୍ଜୟ କୁମାର ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।



