
ସଂଜୟ ଶତପଥୀ(କଟକ): ଆଜି Our Slaplings Play Schoolକଟକର ପ୍ରଥମ ବାର୍ଷିକୋତ୍ସବ “ମୁସ୍କାନ୍” ମହାସମାରୋହରେ କଟକ ର ବାରବାଟୀ ଷ୍ଟାଡିୟମ ର ଓଡ଼ିଶା କ୍ରିକେଟ ଆସୋସିଏସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବାରବାଟୀ -କଟକ ର ମାନନୀୟ ବିଧାୟକ ଇଂ ମହମ୍ମଦ ମୋକିମ୍ ମୂଖ୍ୟ ଅତିଥି ଭାବେ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ପ୍ରାକ୍ତନ ସମ୍ପାଦକ ଶ୍ରୀ ଆର୍ଶୀବାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ନିଜ ନିଜର ବକ୍ତବ୍ୟ ରେ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ଓ ସଂସ୍ଥାପିକା ଶ୍ରୀମତୀ ପ୍ରାଚୀ କାନୁନଗୋ ଙ୍କ ର ଛୋଟ ଛୋଟ ପିଲାମାନଙ୍କ ମୁହଁରେ ସଦାସର୍ବଦା ହସ ଫୁଟାଇବାର ଏହି ପ୍ରୟାସ କୁ ପ୍ରଶଂସା କରିବା ସହ ଏକ ବର୍ଷରୁ ଛଅ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ର ବ୍ଯବସ୍ଥା, ବୋର୍ଡ଼ିଂର ବ୍ଯବସ୍ଥା ଏବଂ କଟକ ର ତୁଳସୀପୁର ଓ ସି.ଡି.ଏ, ସେକ୍ଟର -୧୦ ରେ ଖୋଲିଥିବା ଏହି ପ୍ରାଥମିକ ସ୍ତରରୁ ଶିକ୍ଷାଦାନର ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରିଥିଲେ।
ପ୍ରାରମ୍ଭ ରେ ପ୍ରତିଷ୍ଠାତା ଶ୍ରୀମତୀ କାନୁନଗୋ ସ୍ବାଗତ ଭାଷଣ ପ୍ରଦାନ କରିଥୂବା ବେଳେ ସହ-ସଂସ୍ଥାପିକା ତଞ୍ଜିମ୍ ନିଖତ୍ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥୂବା କୁନି କୁନି ପିଲାମାନଙ୍କୁ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ବାର୍ଷିକୋତ୍ସବ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅବଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ହରପ୍ରିୟା ଧନ୍ୟବାଦ ଅର୍ପଣ କରିଥିଲେ।



