ଆହୁରି ୩ବର୍ଷ ଯାଏଁ ରାଜ୍ୟର ଚାଷୀଙ୍କୁ ମିଳିବ କାଳିଆ ସହାୟତା

ବାସ୍ତବ ବ୍ୟୁରୋ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍‌ର  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ତାରିଖ ବଦଳରେ ଏଣିକି କୌଣସି ସମୟରେ ସହାୟତା ମିଳିବ। ଅର୍ଥାତ ଚାଷୀମାନଙ୍କ ଆବଶ୍ୟକତା ଦେଖି ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ।

ଅନ୍ୟପଟେ ରାଜ୍ୟ ସରକାର ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବଢ଼ିବ। ‌ମୋଟ୧୭୮୯ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ୭ମ ବେତନ କମିସନ ହାରରେ ଦରମା ବଢ଼ିବ। ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପଞ୍ଚାୟତରେ ନିୟମିତ ୮ ବର୍ଷ କାର୍ଯ୍ୟରତ ଥିବା ପଞ୍ଚାୟତ ଏକ୍‌ଜ୍ୟୁକେଟିଭ୍‌ ଅଫିସର (ପିଇଓ) ଓ ଭିଏଲ୍‌ଡବ୍ଲ୍ୟୁଙ୍କ ପଦୋନ୍ନତି ହେବ। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩କୁ ବୃଦ୍ଧି ସହ ପଦୋନ୍ନତି ବ୍ୟବସ୍ଥା ଲାଗୁ ନିଷ୍ପତ୍ତି। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

ସେୟାର କରନ୍ତୁ

Next Post

ବଦଳିବେ ବିଏମସି ର କମିସନର...

Sat Feb 24 , 2024
ବାସ୍ତବ ବ୍ୟୁରୋ: ବଦଳିବେ ଭୁବନେଶ୍ବର ମହାନଗର ନିଗମ(ବିଏମସି)ର କମିସନର । ସୂଚନାନୁଯାୟୀ, ରାଜେଶ ପ୍ରଭାକର ପାଟିଲ ବିଏମସିର ନୂଆ କମିସନର ଭାବେ ଦାୟିତ୍ବ ଗ୍ରହଣ କରିବେ । ବିଜୟ ଅମୃତା କୁଲାଙ୍ଗେ ମାସେ ଛଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଉଛି। ତେବେ ଛୁଟିରୁ ଫେରିବା ପରେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ସୂଚନା ରହିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୫ […]

You May Like

Pin It on Pinterest