ରୋଟାରୀ କଟକ ମିଲେନିୟମ ପକ୍ଷରୁ ସାଇକେଲ ରାଲି…

ସଂଜୟ ଶତପଥୀ(କଟକ)ତା୩/୦୩/;– ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ଓ ହିରୋ ସାଇକେଲ କମ୍ପାନୀର ମିଳିତ ଆନୁକୂଲ୍ଯରେ ଏକ ପରିବେଶ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମ କଟକ ନୂଆବଜାରସ୍ଥିତ ଗୋପାଳ କ୍ରୁଷ୍ଣ ଗୋଶାଳରୁ ଆରମ୍ଭ ହୋଇ ଗଣ୍ଡରପୁରସ୍ଥିତ ହିରୋ ସାଇକେଲ କମ୍ପାନୀର ସ୍ପିଡ୍ ହ୍ୱିଲ୍ସ୍ ସୋ ରୁମଠାରେ ଶେଷ ହୋଇଥିଲା l

ଏହି କାର୍ଯ୍ଯକ୍ରମକୁ ରୋଟାରୀ ମିଲେନିୟମର ସଭାପତି ପ୍ରଦୀପ ମହାନ୍ତି ଉଦଘାଟନ କରି କହିଥିଲେ ଯେ , ବର୍ତ୍ତମାନ ସମଗ୍ର ବିଶ୍ୱ ତାପମାନ ବ୍ରୁଦ୍ଧି ଏବଂ ପାଗ ଅସନ୍ତୁଳନ କାରଣରୁ ଘୋର ସଙ୍କଟର ସମ୍ମୁଖୀନ ହୋଇଛି l ସମଗ୍ର ବିଶ୍ୱରୁ ଜୀବାଶ୍ମ ଇନ୍ଧନ ସରି ସରି ଆସୁଛି l ଏହି ପରିପ୍ରେକ୍ଷୀରେ ସାଇକେଲର ବ୍ଯାପକ ବ୍ଯବହାର ହେଲେ ସବୁଜ ଗ୍ରୁହ ପ୍ରଭାବକୁ କମ୍ କରାଯିବା ସହିତ ମାନବ ସମାଜ ମଧ୍ଯ ସୁସ୍ଥ ରହି ପାରିବ l ତେଣୁ କଟକର ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ହେଲେ ଅନାବଶ୍ଯକ ଗାଡି ମୋଟର ବ୍ଯବହାର ନ କରି ସମସ୍ତେ ସାଇକେଲ ଚଲାଇବା ଉଚିତ ବୋଲି ଉପସ୍ଥିତ ଜନ ସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ l
ଏହି କାର୍ଯ୍ଯକ୍ରମରେ କ୍ଲବର ସମ୍ପାଦକ ସୁଧୀର ରଥ, ପୂର୍ବତନ ସଭାପତି ଚନ୍ଦ୍ରପ୍ରଭା ମହାନ୍ତି, ୨୦୨୪-୨୫ବର୍ଷ ପାଇଁ ନିର୍ବାଚିତ ସଭାପତି ଦୀପକ କୁମାର ମହାନ୍ତ, ହିରୋ ସାଇକେଲ କମ୍ପାନୀର ସ୍ଥାନୀୟ ବିତରକ ମହାବୀର ପ୍ରସାଦ ଜାଜୋଡିଆ ଓ ଓଡିଶା ରାଜ୍ଯ ମାର୍କେଟିଂ ପ୍ରମୁଖ ତ୍ରିଲୋଚନ ସିିଂହ ଏବଂ ଅନେକ ପରିବେଶ ପ୍ରେମୀ ଯୋଗ ଦେଇଥିଲେ ll

ସେୟାର କରନ୍ତୁ

Next Post

ଆସନ୍ତା ୫ତାରିଖ ମଙ୍ଗଳବାର ଠାରୁ କେନ୍ଦ୍ରାପଡ଼ାକୁ ଗଡିବ ମେମୋ ଟ୍ରେନ୍‌ ....

Mon Mar 4 , 2024
ଆଦିତ୍ଯ ବେହେରା(ଭୁବନେଶ୍ୱର) :ବହୁଦିନର ଦାବୀ ପରେ ଆଜି କେନ୍ଦ୍ରାପଡ଼ାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝରକୁ ମେମୋ ଟ୍ରେନ୍ ଚାଲିବ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରାଯିବ । ୨୦୨୦ ମସିହାରୁ ପାରାଦୀପ-ହରିଦାସପୁର ରେଳ ଲାଇନ୍ […]

You May Like

Pin It on Pinterest