ନର୍ଲା ରେଞ୍ଜ ଅଫିସ ନର୍ଲା କୁ ଫେରାଇ ଦିଅ ଯୋର ଧରିଲା ଦାବି…

ସନ୍ତୋଷ ପାତ୍ର (ନର୍ଲା):୧୩/୦୩/୨୪ ଦୀର୍ଘ ୪୫ ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ବିତିଯାଇଥିଲେ ମଧ୍ୟ ମଦନପୁର ରାମପୁର ଠାରେ ନର୍ଲା ରେଞ୍ଜ ଅଫିସ୍ କାହିଁକି କାର୍ଯ୍ୟକାରୀ କରୁଅଛି ଏହାର ଜବାବ ମାଗୁଛନ୍ତି ସାଧାରଣ ଜନତା ସହିତ ନବ ନିର୍ମାଣ କୃଷକ ସଙ୍ଗଠନ ର ବରିଷ୍ଟ ନେତା ଦୁର୍ଯ୍ୟୋଧନ କୁମାର ।

ଶ୍ରୀଯୁକ୍ତ କୁମାର ଙ୍କ କହିବା ଅନୁଯାୟୀ, ନର୍ଲା ରେଞ୍ଜ ଅଫିସ୍ ଚାରି ଗୋଟି ସେକ୍ସନ କୁ ନେଇ ଗଠିତ ହୋଇଥିବା ବେଳେ କମର୍ଧା ସେକ୍ସନ ଠାରୁ ରାୟଗଡ଼ା ଜିଲ୍ଲା ପର୍ଯ୍ୟନ୍ତ ଜଙ୍ଗଲ ବ୍ୟାପି ଥିବା ବେଳେ ଅନ୍ୟପଟେ କନ୍ଧମାଳ ପର୍ୟ୍ୟନ୍ତ ବିସ୍ତୃତ ଭାବେ ଜଙ୍ଗଲ ବ୍ୟାପିଛି ।ଏହାର ରକ୍ଷଣା ବେକ୍ଷଣ ପାଇଁ ନର୍ଲା ରେଞ୍ଜ ଅଫିସ କୁ ଜଣେ ରେଞ୍ଜର ଚାରି ଜଣ ବନପାଳ ,ସମେତ ମାତ୍ର ହାତଗଣତି ୧୦ ରୁ ୧୨ ଜଣ କର୍ମଚାରୀ ମାନେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । କିନ୍ତୁ ପରିତାପର ବିଷୟ ପ୍ରତି ବର୍ଷ ନର୍ଲା ରେଞ୍ଜ ଅଞ୍ଚଳରେ ଥିବା ଅନେକ ସ୍ଥାନର ହାତୀ ଆକ୍ରମଣ ରେ ସାଧାରଣ ନୀରିହ ଲୋକଙ୍କ ଜୀବନ ଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ହାତୀ ଆକ୍ରମଣ ହେଇଥିବା ସହିତ ଜୀବନ ଯାଉଛି,ତତ୍ ସଙ୍ଗେ ସଙ୍ଗେ ହାତୀ ମାନଙ୍କ ଦ୍ବାରା ଚାଷୀ ମାନଙ୍କର ଫସଲ କ୍ଷୟ କ୍ଷତି ହେଉଛି ।

କାଠ ମାଫିଆ ଦ୍ଵାରା ଜଙ୍ଗଲ ନଷ୍ଟ ହେଉଛି ଏହା ଦ୍ଵାରା ମୃତ୍ତିକା କ୍ଷୟ ହେବା ସହିତ ପରିବେଶ ପ୍ରଦୂଷଣ ସୃଷ୍ଟି ହେଉଛି ଯାହାକି ଆଗାମୀ ଦିନରେ ମାନବ ସମାଜ ପାଇଁ ବିପଦର କାରଣ ହେବାକୁ ଯାଉଛି ।ଏଭଳି ସମସ୍ୟା ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ପାଇଁ ଏକ ବଡ ପ୍ରଶ୍ନ ଉଠିଛି ? ନର୍ଲା ଅଞ୍ଚଳର ବିକାଶ ପାଇଁ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ମୋହୋଦୟ ଅଣ୍ଟା ଭିଡ଼ି ୨୦୧୯ ଠାରୁ ୨୦୨୩ ପର୍ଯ୍ୟନ୍ତ ନର୍ଲା କୁ ବିକାଶ କରିବା ଦିଗରେ ଜମିବାଡ଼ି କିଣାବିକା ପାଇଁ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ JMFC କୋର୍ଟ ସ୍ଥାପନ, ORTCT ବସଷ୍ଟାଣ୍ଡ, ମିନି ଷ୍ଟାଡିୟମ, ଇନ୍ ଡୋର ଷ୍ଟାଡିୟମ ,5 ଟି ସ୍କୁଲ , ଗମନା ଗମନ ପାଇଁ ରାସ୍ତା ଓ ବ୍ରିଜ ନିର୍ମାଣ ପାନୀୟ ଜଳ ଯୋଗାଣ କରାଇବା ସହିତ ନର୍ଲା କୁ ରାଜ୍ଯ ସରକାର NAC ମାନ୍ୟତା ପ୍ରଦାନ କ୍ଷେତ୍ରରେ ବିଧାୟକ ଙ୍କ ଅବଦାନ ଗୁରୁତ୍ଵ ପୂର୍ଣ୍ଣ ।କୃଷି,ସ୍ଵାସ୍ଥ୍ୟ କ୍ଷେତ୍ରରେ ଆଖି ଦୃଶିଆ ଉନ୍ନତି ବିଧାୟକ ଶ୍ରୀଯୁକ୍ତ ସିଂ ଙ୍କ ପାଇଁ ସମ୍ଭବ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ତେଣୁ ଯଥା ଶୀଘ୍ର ନର୍ଲା ରେଞ୍ଜ ଅଫିସ୍ ନର୍ଲା କୁ ଫେରାଇ ଦିଅ ବୋଲି ବିଧାୟକ ଙ୍କୁ ଦାବୀ କରିଛନ୍ତି କୃଷକ ନେତା ଶ୍ରୀଯୁକ୍ତ କୁମାର ସହ ଅଞ୍ଚଳବାସୀ।

ସେୟାର କରନ୍ତୁ

Next Post

ଦାୟିତ୍ବ ଗ୍ରହଣ କଲେ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ...

Fri Mar 15 , 2024
ନୂଆଦିଲ୍ଲୀ:ଦାୟିତ୍ବ ଗ୍ରହଣ କଲେ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଉଭୟଙ୍କୁ ସ୍ବାଗତ କରିଛନ୍ତି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଉଭୟେ ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ୟାନେଲ ବୈଠକରେ ଉଭୟଙ୍କୁ ନିର୍ବାଚନ […]

You May Like

Pin It on Pinterest