ସୁଖ୍ୟାତ କଥାଶିଳ୍ପୀ ଶ୍ରୀ ଦେବରାଜ ଲେଙ୍କା ଙ୍କୁ “ଖୋଲା ଝର୍କା” ସମ୍ମାନ -୨୦୨୪….

ସଂଜୟ ଶତପଥୀ(କଟକ): କଟକର ଯୋବ୍ରା ସ୍ଥିର ରାଜ୍ୟ ନୈ।ବାଣିଜ୍ଯ ସଂଗ୍ରହାଳୟ ସଭାଗୃହ ରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି “ଖୋଲାଝର୍କା” ଷଷ୍ଠ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁଖ୍ୟାତ କଥାଶିଳ୍ପୀ ଶ୍ରୀ ତରୁଣକାନ୍ତି ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲେଖକ ଓ ସାହିତ୍ୟ ସମାଲୋଚକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଯୋଗ ଦେଇ ଖୋଲା ଝର୍କା ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ।

କବି ଓ ସାହିତ୍ୟିକ ମାନଙ୍କର ଏହି ଭବ୍ୟ ମଞ୍ଚରେ ପ୍ରାଧ୍ୟାପକ ଶ୍ରୀ ପ୍ରଶାନ୍ତ ବିଶ୍ୱାଳ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲା ବେଳେ ଇଂ ଶ୍ରୀ ଅଜୟ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁଖ୍ୟାତ କଥାଶିଳ୍ପୀ ଶ୍ରୀ ଦେବରାଜ ଲେଙ୍କା ଙ୍କୁ ଅତିଥି ମାନଙ୍କ ଦ୍ଵାରା “ଖୋଲା ଝର୍କା ସମ୍ମାନ -୨୦୨୪” ଓ‌ ପୂର୍ବତନ ମୂଖ୍ୟ ଯନ୍ତ୍ରୀ ତଥା ଶାସନ ସଚିବ, ପୂର୍ତ୍ତ ବିଭାଗ, ଓଡ଼ିଶା ଇଂ ଗୋପାଳକୃଷ୍ଣ ବେହେରା ଙ୍କୁ “ଖୋଲା ଝର୍କା ପରିବାର ସମ୍ମାନ -୨୦୨୪”ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ଦ୍ବିତୀୟ ଅଧିବେଶନରେ ବିଶିଷ୍ଟ କବି ଓ କବୟିତ୍ରୀ ମାନଙ୍କ ଦ୍ଵାରା ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କବି ପିନାକୀ ସିଂହ ପୈାରହିତ କରିଥୂବା ବେଳେ ଉଦଘାଟକ ଭାବେ କବି ଧନଞ୍ଜୟ ସ୍ବାଇଁ, ଅତିଥି ଭାବେ କବି ଶ୍ରୀ ଶତୃଘ୍ନ ପାଣ୍ଡବ ଯୋଗଦେଇଥିଲେ। ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ କବୟିତ୍ରୀ ଶ୍ରୀମତୀ ସୁଷମା ଦେବୀ ଓ କବୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ବସ୍ତିଆ।
ଅବଶେଷ ରେ କବି ରାଜୀବ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ର ସଫଳତା ଲାଗି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ସୁପ୍ରିମକୋର୍ଟଙ୍କ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ବିଧାୟକ ରଦ୍ଦ ମାମଲାରେ ରହିତାଦେଶ ଜାରି....

Tue Mar 19 , 2024
ସଂଜୟଶତପଥୀ(କଟକ):କଟକ ବାରବାଟୀ ବିଧାୟକ,ତଥା କଂଗ୍ରେସର ଆଗଧାଡିର ନେତା ଇଂ ମହମ୍ମଦ ମୋକିମଙ୍କୁ ଏକ ବଡ ଅସ୍ବସ୍ଥି ମିଳିଛି। ସୁପ୍ରିମକୋର୍ଟ ତାଙ୍କର ବିଧାୟକ ପଦ ରଦ୍ଦ ମାମଲାରେ ରହିତାଦେଶ ଜାରି କରିଛନ୍ତି। କିଛିଦିନ ତଳେ ହାଇକୋର୍ଟ ଇଂ ମୋକିମ୍ ଙ୍କ ବିଧାୟକ ପଦକୁ ରଦ୍ଦ କରି ଦେଇ ଥିଲେ। ଏପରିକି ସେ ପୂର୍ବତନ ବିଧାୟକ ବୋଲି ଲେଖିପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ସୁପ୍ରମକୋର୍ଟର […]

You May Like

Pin It on Pinterest