ଖଇର ପାଲି ୟୁଜିୟୁପି ସ୍କୁଲ ଠାରେ ବିଶ୍ବ ନାଟ୍ୟ ଦିବସ ପାଳିତ….

ବରଗଡ:-୨୮/୩(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଲରାସରା ପଞ୍ଚାୟତ ଖଇର ପାଲି ୟୁଜିୟୁପି ସ୍କୁଲ ଠାରେ ବିଶ୍ବ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନକଂ ମଧ୍ଯରେ ନାଟ୍ୟକଳା ଆଗ୍ରହ ସୁଷ୍ଟି କରିବା ସହିତ ନାଟକ ମାଧ୍ୟମରେ ସମାଜରେ ଏକ ସଚେତନତା ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା ନାମକ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ କରିଥିଲେ। ଆରମ୍ଭରେ ବରିଷ୍ଠ ଶିକ୍ଷକ ରତ୍ନାକର ମହାପାତ୍ର ବିଶ୍ବନାଟ୍ୟ ଦିବସର ଉଦ୍ଦେଶ୍ଯ ଞାପନ କରି ଥିଲେ।ନାଟ୍ୟକାର ମନୋଜ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ଣ୍ଣିମା ପଟ୍ଟନାୟକ,ସୌମ୍ୟା ରାଉତ, ରାକେଶ ମହାକୁର,ପ୍ରଭାସିନି ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ଅତାବିରାରେ ବ୍ଲକ୍ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରଦର୍ଶନୀ ଅନୁଷ୍ଠିତ...

Fri Mar 29 , 2024
ନବୀନ ଦାଶ(ବରଗଡ):ବରଗଡ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସର ରେ ବ୍ଲକ୍ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଅଛି। ଉଦଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ଦାସ,ଉଚ୍ଚ ବିଦ୍ୟାଳୟ ଅତାବିରା ର ପ୍ରଧାନ ଶିକ୍ଷକ ମନୋଜ କୁମାର ହରିପାଲ […]

You May Like

Pin It on Pinterest