ଚୈ।ଦ୍ବାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ବିରୋଧି ମନ୍ତବ୍ୟ ଉପରେ ପ୍ରତିକ୍ରିୟା…

ସଂଜୟ ଶତପଥୀ(କଟକ): ଆଗାମୀ ନିର୍ବାଚନ ରେ ଚୌଦ୍ବାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀଭାବେ ବିଧାୟକ ଶ୍ରୀ ସୈାଭିକ୍ ବିଶ୍ୱାଳଙ୍କ ନାଁ ଘୋଷଣା ପରେ ଆଶାୟୀ ପ୍ରାର୍ଥୀଙ୍କ ନୈରାଶ୍ୟତା, ଏକ ବିଦ୍ରୋହାତ୍ମକ ରୂପ ନେଇଛି।

ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ଏକ କଣ୍ଠସ୍ୱର ର ନକଲ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଏହି ବିଷୟକୁ ନେଇ ଜନମତ ସଂଗ୍ରହ ଅବସରରେ ଜନସାଧାରଣଙ୍କ ମତରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହିଁ ଶ୍ରେଷ୍ଠ ମୂଖ୍ୟମନ୍ତ୍ରୀ ଏବଂ ଆଗାମୀ ଦିନରେ ନବୀନ ପଟ୍ଟନାୟକ ଙ୍କୁ ଭୋଟ ହିଁ ଦେବୁ ବୋଲି ପ୍ରକାଶ କରିଥିଲେ। କିଛି ଭୋଟର କ୍ୟାମେରା ଆଗରେ କିଛି ନ କହି ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ , ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ଅବଦାନ କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ମିଛୁଆ ବିରୋଧୀ ଙ୍କ ମିଛ ପ୍ରଚାର କୁ ପ୍ରତ୍ୟାଖାନ କରି ଚୈ। ଦ୍ବାର-କଟକ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ଲାଗି ତତ୍ପର ମୂଖ୍ୟ ମନ୍ତ୍ରୀଙ୍କ ଦ୍ବାରା ବିବେଚିତ ବିଧାୟକ ପ୍ରାର୍ଥୀ ଶ୍ରୀ ସୈାଭିକ୍ ବିଶ୍ୱାଳ ଙ୍କୁ ଭୋଟ ଦେବୁ ଏବଂ ନିର୍ବାଚିତ ମଧ୍ୟ କରିବୁ ବୋଲି ମତପୋଷଣ କରିଥିଲେ।

ସେୟାର କରନ୍ତୁ

Next Post

ବୋଲମାନୁନି ଅପରାଜିତାଙ୍କ ତୁଣ୍ଡ,ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମ୍ବିତୋଫାନ...

Sun Mar 31 , 2024
ବୋଲମାନୁନି ଅପରାଜିତାଙ୍କ ତୁଣ୍ଡ ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମ୍ବିତୋଫାନ। ପ୍ରଶାନ୍ତ ଜଗଦେବ ଓ କାଳୁ ଖଣ୍ଡାୟତରାୟଙ୍କ ମଧ୍ଯରେ ଦୋନ୍ଦ। ଆଦିତ୍ଯ ବେହେରା(ଭୁବନେଶ୍ବର): ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ କିଏ ହେବ ? ଏହାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ […]

You May Like

Pin It on Pinterest