
ବରଗଡ:(ନବୀନ କୁମାର ଦାଶ):୧/୪-ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଥମ ଦିନୋତ୍ସବ,ଉତ୍କଳ ଦିବସ ତଥା ନୂତନ ଭାବେ ନବମ ଶ୍ରେଣୀର ଶିକ୍ଷାଦାନ ଆରମ୍ଭ ହୋଇଥିଲା।
ଏହି ଶୁଭ ମୂହୁର୍ତ୍ତ ରେ ମୁଖ୍ୟ ଅତିଥି କାଦେବାହାଲ ମହା ବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ମାନଭଞ୍ଜନ ପୁରୋହିତ,କାଦୋବାହାଲ ମହା ବିଦ୍ୟାଳୟ ର ପାଠାଗାର ପ୍ରମୁଖ ଶାନ୍ତନୁ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ଦାସ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଗଜାନନ ବନଛୋର,ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପୁରୋହିତ ଉପସ୍ଥିତ ଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ ଅତିଥି ପରିଚୟ ପ୍ରଦାନ କରିଥିଲେ।ପଞ୍ଚମ ଶ୍ରେଣୀର ଭାଇ ସୋହମ ମିଶ୍ର ନବୋଦୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉପହାର ପ୍ରଦାନ କରି ସମ୍ମାନୀତ ସହ ଉତ୍ସାହିତ କରାଯାଇ ଥିଲା।କୋମଳମତି ଶିଶୁମାନଙ୍କୁ ସ୍ବାଗତ ସମୟରେ ହାତ ଓ ଗୋଡ ଧୌତ ପୂର୍ବକ ଫୁଲ ଚନ୍ଦନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପର୍ବ ପାଳନ ହୋଇଥିଲା।
ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜାର୍ଚ୍ଚନା ସହ ହୋମ ପୂର୍ଣ୍ଣାହୁତି ହୋଇ ସମସ୍ତେ ଆଶୀର୍ବାଦ ଭିକ୍ଷା କରିଥିଲେ।କର୍ତ୍ତା ଭାବରେ ସପ୍ତମ ଶ୍ରେଣୀର ଭାଇ ଓମ୍ ପ୍ରକାଶ ବଡ଼ ପଣ୍ଡା କର୍ତ୍ତା ଦାୟିତ୍ଵ କରିଥିବା ବେଳେ ପଣ୍ଡିତ ମନୋରଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ନବମ ଶ୍ରେଣୀର କାଲାଂଶ ଆରମ୍ଭ ହୋଇଥିଲା।



