
ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅତିଷ୍ଠ ହୋଇ ପଡିଥୂବା ତଥା ରାସ୍ତା ରେ ଯାଉଥିବା ପଥିକମାନେ ଟୋପାଏ ପାଣି ଲାଗି ଡହଳବିକଳ ହେଉଥିବାବେଳେ, କଟକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିୟୁ ଡ୍ରିମ୍ ଓ୍ବେଲଫେୟାର ଆସୋସିଏସନ୍ ପକ୍ଷରୁ ଏକ ଥଣ୍ଡା, ସୁସ୍ୱାଦୁ ପାନୀୟ ଜଳ ଦାନ କେନ୍ଦ୍ରର ଶୁଭାରମ୍ଭ କଟକର ବିଶିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ଡଃ ବିଶ୍ୱାଳ ଯୋଗଦେବା ସହ ବହୁ ତୃଷାର୍ତ୍ତ ମାନଙ୍କୁ ନିଜ ହାତରେ ଜଳ ପରଷିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଆସୋସିଏସନ୍ ର ସମ୍ପାଦିକା ଅନିତା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଥିବା ଏହି ପବିତ୍ର ଜଳଦାନ କାର୍ଯ୍ୟକ୍ରମ ଆସନ୍ତା ୨ ମାସ ପର୍ଯ୍ୟନ୍ତ ଚାଲିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିବା ସହ, ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସମସ୍ତ ତୃଷାର୍ତ୍ତ ମାନଙ୍କୁ ଜଳଦାନ କରି ଆଶ୍ରିବାଦ ଭିକ୍ଷା ଏହି ସଂଗଠନର ଲକ୍ଷ୍ୟ ବୋଲି ଶ୍ରୀମତୀ ବେହେରା କହିଥିଲେ।