ଚିଲିକା ବିଧାୟକ ଜେଲ ଯିବା ପଛର କହାଣୀ, କିଏ ସତ ପ୍ରତ୍ୟେକ୍ଷ ଦର୍ଶି ନା ପୋଲିସ୍….

ବୋଲୋଗଡ:ବେଗୁନିଆ ଅନ୍ତର୍ଗତ କାଉଁରିଆ ପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ, ମାରପିଟ୍ ସହ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଆଜି ବିଳମ୍ବିତ ରାତିରେ ଗିରଫ କରି, ପରେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା।
ଜାମିନ୍ ନାମଞ୍ଜୁର ହେବାରୁ ଶ୍ରୀ ଜଗଦେବଙ୍କୁ ଖୋର୍ଧା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ପ୍ରିଜାଇଡିଂ ଅଫିମର ଜ୍ଞାନରଞ୍ଜନ ତ୍ରିପାଠୀ ଜୟଦେବଙ୍କ ବିରୋଧରେ ଦେଇଥିବା ଏତଲା ଆଧାରରେ ପୁଲିସ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ଅନ୍ୟପକ୍ଷରେ ବିଧାୟକଙ୍କ ଗିରଫଦାରୀକୁ ନେଇ ଖୋର୍ଦ୍ଧାର ଅଞ୍ଚଳରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଉଛି । ବିଜେପିକର୍ମୀ ଏହି ଘଟଣାକୁ ନେଇ ଖୁବ୍ଦ ହୋଇଛନ୍ତି ।ଖୋର୍ଦ୍ଧା ଜିଲ୍ଲା ପୁଲିସର ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ ସୂଚନା ଦେଇଛନ୍ତି ।କିଛି ଦିନ ତଳେ କୋଦଣ୍ଡକୁ କେନ୍ଦ୍ରକରି ଖୋର୍ଧା ଏସ୍‌ଡିପିଓଙ୍କୁ ଶ୍ରୀ ଜଗଦେବ ଟାର୍ଗେଟ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ସେ ଏସ୍‌ଡିପିଓ ଦିଲୀପ ଦାସ ଶାସକଦଳର ଏଜେଣ୍ଟ୍ ସାଜିଛନ୍ତି । ଖାଲି ବିଜେଡିର ଟଙ୍କା ବାଣ୍ଟୁ ନାହାଁନ୍ତି ,ବିଜେପି କର୍ମୀମାନଙ୍କୁ ଭଏସ୍ କଲ୍ ମାଧ୍ୟମରେ ମାମଲାର ଭୟ ଦେଖାଉଛନ୍ତି। ଏଥିରୁ ନିବୃତ୍ତ ରହିବା ପାଇଁ ଏସ୍‌ଡିପିଓଙ୍କୁ ସେ ଚେତାବନୀ ଦେଇଥିଲେ। ।

କାଲିର ଘଟଣାଟି ହେଲା, ଶ୍ରୀ ଜଗଦେବ ତାଙ୍କ ସ୍ତ୍ରୀଙ୍କ ସହିତ ବୁଥକୁ ଭୋଟ୍ ଦେବାକୁ ଯାଇଥିଲେ। ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀ ବଳରାମ ନାୟକଙ୍କ କହିବା କଥା,କୌଣସି କାରଣକୁ ନେଇ ବୁଥର ପ୍ରଥମ ପୋଲିଂ ଅଫିସରଙ୍କ ସହିତ ଶ୍ରୀ ଜଗଦେବଙ୍କର ଯୁକ୍ତିତର୍କ ହୋଇ ଥିଲା ।

ତର୍କବିତର୍କ ସମୟରେ ତାଙ୍କ ସ୍ତ୍ରୀ ପ୍ରଶାନ୍ତଙ୍କୁ ଆକଟ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାହାରେ ମଦ୍ୟପାନ କରିଥିବା ଦୁଇ ଯୁବକ ବିଧାୟକଙ୍କୁ ଗାଳିଗୁଲଜ କରିଥିଲେ, ସେ କାହିଁକି ଆଗୁଆ ଭୋଟ୍ ଦେବେ ବୋଲି ପ୍ରଶ୍ନ କରିଥିଲେ । ପ୍ରଶାନ୍ତ ନିଜ ଚିରକୁଟ୍ ନେଇ ଲୋକସଭା ଇଭିଏମ୍ କମ୍ପାଟ ମେଣ୍ଟ୍‌ରେ ଭୋଟ୍ ଦେବା ବେଳେ ଅନ୍ୟ ଜଣେ ଯୁବକ, ବିଧାନସଭାର ଇଭିଏମ୍ କୁ ଗୋଇଠା ମାରି ପଳାଇଥିଲେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ସମାନ କଥା ସ୍ଥାନୀୟ ୱାର୍ଡମେମ୍ବରଙ୍କ ସ୍ୱାମୀ ସୁନିଲ ନାୟକ ବି ଦୋହରାଇଛନ୍ତି।

ଏ ଘଟଣାକୁ ନେଇ ଖୋର୍ଧା ଏସ୍‌ଡିପିଓ ଦିଲୀପ ଦାସ ବିଧାୟକ ଶ୍ରୀ ଜଗଦେବଙ୍କୁ ବୋଲଗଡ଼ ଥାନାକୁ ନେଇଥିଲେ। ସେଠାରୁ ପ୍ରଶାନ୍ତଙ୍କୁ ଖୋର୍ଧା ରିଜର୍ଭ ପୁଲିସକୁ ଅଣାଯିବା ବାଟରେ ତାଙ୍କର ସମର୍ଥକ ପୁଲିସ ଗାଡ଼ି ଆଗରେ ଶୋଲ ଧାରଣା ଦେଇଥିଲେ |

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ 

Sun May 26 , 2024
ବାସ୍ତବ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ । ଚଳିତ ଥର ମାଟ୍ରିକ୍ ପରୀକ୍ଷାରେ ପାସ ହାର ରହିଛି ୯୬.୦୭ ପ୍ରତିଶତ । ଚଳିତ ଥର ପୁଅଙ୍କଠାରୁ ଆଗରେ ରହିଛନ୍ତି ଝିଅ ।  ଏଥର ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ୍ […]

You May Like

Pin It on Pinterest