
ନବୀନଦାଶ(ବରଗଡ):ଆଜି ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି।ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ୧୦୦(ଶତ ପ୍ରତିଶତ) ରେଜଲ୍ଟରେ ବାଜି ମାରି ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ଅପୂର୍ବ ସଫଳତା ହାସଲ କରି ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଯାହା ବିଦ୍ୟାଳୟ ପାଇଁ ଗର୍ବ ଏବଂ ଗୌରବର ବିଷୟ ଅଟେ।
ସମୁଦାୟ ୬୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ ରେ ଚାରିଜଣ,ଏ -୨ ରେ ପାଞ୍ଚ ଜଣ,ବି -୧ ରେ ୧୭ ଜଣ,ବି- ୨ରେ କୋଡିଏ ଜଣ,ସି ରେ ୧୪ ଜଣ ଏବଂ ଡି ରେ ୧ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି।ଏ ଗ୍ରେଡ୍ ରେ ହାଇସ୍କୁଲ ବୋର୍ଡ଼ ପରୀକ୍ଷା ରେ ୯୭.୧୬% ମାର୍କ ରେ ଉତ୍ତୀର୍ଣ୍ଣ ହୋଇ ଶୁଭଙ୍କର ସାହୁ ସମଗ୍ର ବରଗଡ଼ ଜିଲ୍ଲା ତଥା ନିଜ ବିଦ୍ୟାଳୟ ପାଇଁ ଗର୍ବ ଗୌରବ ଆଣିଛନ୍ତି।ଶୁଭଙ୍କର ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦେବାହାଲ ଗ୍ରାମର କୁଲମଣି ସାହୁ ମାତା ସୁରମା ନାଏକଙ୍କ ପୁତ୍ର ଅଟନ୍ତି।ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟୁଛି। ୬୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ ୯୦%,୫ ଜଣ ୮୦%,୧୭ ଜଣ ୭୦%,୨୦ ଜଣ ୬୦%,୧୪ ଜଣ ୫୦%,୧ ଜଣ ୪୦ରୁ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ଥିବାରୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପରିଚାଳକ,ପରିଚାଳନା କମିଟି ର ସଦସ୍ୟ,ସମସ୍ତ ଗୁରୁଜୀ ଗୁରୁମା, ଭାଇ ଅପା କୃତି ଛାତ୍ରଛାତ୍ରୀ ଏବଂ ତାଙ୍କ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।