୫ ଦିନରେ କେରଳ ଛୁଇଁବ ମୌସୁମୀ ଓ ୧୫ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ…..

Shower in the garden. Downpour, pouring rain in the summer

ବାସ୍ତବ ବ୍ୟୁରୋ: ଖୁବ୍ ଶୀଘ୍ର ଗ୍ରୀଷ୍ମପ୍ରବାହରୁ ମିଳିବ ମୁକ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନାନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବାକୁ ଯାଉଛି । ଆଇଏମଡି କହିଛି ଯେ ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । 

ମୌସୁମୀ ପ୍ରବେଶ ପାଇଁ କେରଳରେ ସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୫ ଦିନ ପର୍ୟ୍ୟନ୍ତ ପାଗରେ ପରିବର୍ତ୍ତନ ହେବ। ଆଇଏମଡି କହିଛି ଯେ ଉତ୍ତର-ପୂର୍ବ ଭାରତରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍, ଉତ୍ତର-ପଶ୍ଚିମରେ ସ୍ୱାଭାବିକ ଏବଂ କେନ୍ଦ୍ରୀୟ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ସ୍ୱାଭାବିକଠାରୁ ଅଧିକ ହେବ। ସେହିପରି ଦକ୍ଷିଣ ଉପଦ୍ୱୀପ ଭାରତର କିଛି ଅଞ୍ଚଳକୁ ବାଦ୍ ଦେଲେ ଜୁନ୍ ମାସରେ ଦେଶର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ରହିବ।

ଅନ୍ୟପଟେ ଜୁନ ୧୫ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ବର୍ଷା ହେବା ସମ୍ଭାବନା ରହିଛି । କିନ୍ତୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ନିଅଣ୍ଟିଆ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୨୦୨୩ରେ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ । ଆଉ ନିଅଣ୍ଟିଆ ବର୍ଷାର କଷ୍ଟ ଭୋଗିଥିଲା ଓଡ଼ିଶା ।

ସେୟାର କରନ୍ତୁ

Next Post

ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ମାରାଥନ ପ୍ରଚାର

Wed May 29 , 2024
ବାସ୍ତବ ବ୍ୟୁରୋ: ଆଜି ଓଡିଶାରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ, ରାଜ୍ୟ ସରକାର ଓ ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି । ମଞ୍ଚ ଉପରୁ ରତ୍ନଭଣ୍ଡାର ଚାବିଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା କଥା ଉଠାଇଛନ୍ତି ମୋଦୀ । ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସଂସଦୀୟ କ୍ଷେତ୍ରରେ ପ୍ରଚାର କରି ବିଜେପି ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ […]

You May Like

Pin It on Pinterest