
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା):ତା ୦୩/୦୬: କେନ୍ଦ୍ରାପଡ଼ା ଜିଲ୍ଲାରେ ଶାନ୍ତିପୂର୍ଣ୍ଣଭାବେ ସମାପ୍ତ ହୋଇଛି ଭୋଟ୍ ଗ୍ରହଣ। କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ ଆସନ୍ତାକାଲି ସକାଳ ୮ଘଟିକାରୁ ଆରମ୍ଭ ହେବ ଭୋଟଗଣତି । ପ୍ରତ୍ୟେକ ବିଧାନସଭା ପାଇଁ ୧୦ ଲେଖାଏଁ ଟେବୁଲ୍ର ଆୟୋଜନ କରାଯାଇଛି ।ବିଧାନସଭା ଭୋଟ ଗଣତି ପାଇଁ ମୋଟ୍ ୫୦ଟି ଟେବୁଲ୍ ରହିଛି ।କ୍ରମିକ ନମ୍ବର ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର, ୧୦୦-ମହାକାଳପଡ଼ା ବିଧାନସଭା କ୍ଷେତ୍ର ପାଇଁ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଭୋଗଣତି ହେବ।
ସେହିପରି ଲୋକସଭାର ଭୋଗଣତି ପାଇଁ ମୋଟ୍ ୫୦ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟେବୁଲ୍ରେ ଜଣେ କାଉଂଟିଙ୍ଗ୍ ଆସିଷ୍ଟାଟ୍, ଜଣେ କାଉଂଟିଙ୍ଗ୍ ସୁପରଭାଇଜର୍ ଓ ଜଣେ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଛନ୍ତି । ଏକାକାଳୀନ ପୋଷ୍ଟାଲ ବାଲାଟ୍ ଓ ଇଭିଏମ୍ର ଭୋଗଣତି ଆରମ୍ଭ କରାଯିବ । ପୋଷ୍ଟାଲ୍ ବାଲାଟ୍ ଲୋକସଭା ପାଇଁ ମୋଟ୍ ୨୪ଟି ଟେବୁଲ୍ର ଆୟୋଜନ କରାଯାଇଥିବା ବେଳେ ପ୍ରତ୍ୟେକ ବିଧାନସଭାମଣ୍ଡଳୀ ପାଇଁ ୪ଟି ଲେଖାଏଁ ଟେବୁଲ୍ର ଆୟୋଜନ ହୋଇଛି । ପାଟକୁରା ୩୧ ରାଉଣ୍ଡ, କେନ୍ଦ୍ରାପଡ଼ା ୨୫ ରାଉଣ୍ଡ, ଆଳି ୩୨ ରାଉଣ୍ଡ, ରାଜନଗର ୨୯ ରାଉଣ୍ଡ ଓ ମହାକାଳପଡ଼ା ବିଧାନସଭା କ୍ଷେତ୍ରର ଭୋଟଗଣତି ୨୯ ରାଉଣ୍ଡରେ ଶେଷ ହେବ ।
ଭୋଟଗଣତି ଶେଷରେ ନିର୍ବାଚନର ସ୍ୱଚ୍ଛତା ଓ ଇଭିଏମ୍ ମେସିନ୍ ଉପରେ ସାର୍ବଜନୀନ ବିଶ୍ଵାସ ପ୍ରକଟ କରିବା ପାଇଁ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ଲଟେରୀ ପକାଯିବ । ଗ୍ୟାଣ୍ଡମ୍ଲି ୫ଟି ଲଟେରୀ ଉଠାଣ ହେବ। ଉଠାଣ ହେଇଥିବା ଲଟେରୀର କ୍ରମାନୁସାରେ ଭିଭିପାଟ୍ ସ୍ମିପ୍ ଗଣତି କରାଯିବ । ଭିଭିପାଟ୍ ସ୍କ୍ରିପ୍ ଓ ଇଭିଏମ୍ ମେସିନ୍ର ଭୋଟ୍ ସହ ଗଣତି ସମନ୍ବୟ ହେଲେ ଇଭିଏମ୍ର ବିଶ୍ଵସନିୟତା ପ୍ରତିଷ୍ଠା ହେବ ଏବଂ ସବୁ ଦୃନ୍ଦ୍ବ ଓ ଆଶଙ୍କାରେ ପୂର୍ଣଛେଦ ପଡ଼ିବ ।
ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧ୍ବ ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ରବିବାର ଦିନ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ ସମସ୍ତ ଇଭିଏମ୍ ମେସିନ୍ ରଖାଯାଇ ଷ୍ଟ୍ରଙ୍ଗ୍ମ୍ବ୍ରମ୍ ସିଲ୍ କରାଯାଇଥିଲା । ଏହି ଷ୍ଟ୍ରଙ୍ଗ୍ ରୁମ୍ ଏବେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି । ସିସିଟିଭି ସୁପରିଭିଜନ୍ ସହ ସଶସ୍ତ୍ର ସୁରକ୍ଷା ବାହିନୀ ଇଭିଏମ୍କୁ ଜଗି ରହିଛନ୍ତି । ପ୍ରାର୍ଥୀଙ୍କ ଏଜେଟ୍ମାନେ ବାହାରେ ଏଲ୍ଇଡି ଡିସ୍ପ୍ଲେ ମାଧ୍ୟମରେ ସିସିଟିଭିର ଫୁଟେଜ୍କୁ ମଧ୍ୟ ଜଗି ରହିଛନ୍ତି । ୨ ପ୍ଲାଟୁନ୍ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ, ୪ ପ୍ଲାଟୁନ୍ ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ଓଡ଼ିଶା ପୁଲିସ୍ର ୧୧ଜଣ ଡିଏସ୍ପି, ୨୦ ଜଣ ଇନିସ୍ପେକ୍ଟର ଓ ଶତାଧ୍କ ପୁଲିସ୍ କର୍ମଚାରୀ ଇଭିଏମ୍ ମେସିନ୍ର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଭୋଟଗଣତି ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖୁବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।



