ବିନା ଅନୁମତିରେ ହୋଇପାରିବନି ବିଜୟ ଶୋଭାଯାତ୍ରା: ପୁଲିସ ଡିଜି…

ପ୍ରମୋଦ ନାୟକ(ଭୁବନେଶ୍ବର):ଆଜି ଠିକ୍ ସକାଳ ୮ଟାରୁ ଆରମ୍ଭ ହେବି ନିର୍ବାଚନ ଫଳାଫଳର ଗଣତି। ତେବେ ଏହାକୁ ନେଇ ପୁଲିସ ଡିଜି କହିଛନ୍ତି ଯେ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପୁଲିସ ଅନୁମତି ବିନା ହେବ ନାହିଁ ।

ସେହିପରି ଡିଜି ଅରୁଣ ଷଡ଼ଙ୍ଗା କହିଛନ୍ତି ଯେ ଏଥର ମାଓ ହିଂସା ବିନା ନିର୍ବାଚନ କରାଯାଇପାରିଛି । ପ୍ରତି ଥର ନିର୍ବାଚନ ବେଳେ ଏହି ମାଓବଦୀ ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ କୌଣସି ସୁଯୋଗ ଅଧୁଷିତ ଅଞ୍ଚଳରେ ଘଟୁଥିବା ହିଂସାକୁ ନଜରରେ ରଖି ଆମେ ଯୋଜନା କରିଥିଲୁ । ଏହି ମାଓ ଅଧୁଷିତ ଞ୍ଚଳରେ ନିର୍ବାଚନ ତାରିଖ ଘୋଷଣା ୪ ମାସ ପୂର୍ବରୁ ଆମେ ସେଠାରେ ରେ ଅପରେସନ ଆରମ୍ଭ କରିଥିଲୁ ।

ଏହା ଫଳରେ କିଛି ମାଓବାଦୀଙ୍କୁ ଗିରଫ କରିଥିଲୁ କିଛି ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଏହା ଦ୍ଵାରା ସେଠାରେ ମାଓବାଦୀଙ୍କୁ ଆଉ ହିଁ ମିଳି ନ ଥିଲା । ଆମର ସ୍ୱତନ୍ତ୍ର ନିର୍ବାଚନ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ରାଜ୍ୟ ପୁଲିସ ଗୁଇନ୍ଦା ଠାରୁ ଖବରନେଇ ମାଓବାଦୀଙ୍କ ପ୍ରତିଟି ଗତିବିଧି ଓ ଯୋଜନା ଉପରେ ନଜର ରଖୁଥଲେ । ଏମିତିକି ନିର୍ବାଚନ ବେଳେ ପ୍ରତି ବୁଅରେ ମଧ୍ଯ ରାଜ୍ୟ ପୋଲିସର ଗୋଇନ୍ଦା ନଜର ରଖିଥିଲେ ।ଯେଉଁ କେତୋଟି ଯାଗାରେ ହିଂସା ଦେଖାଦେଇଛି, ସେଠାରେ ପୋଲିସ କୁଇକ୍ ଆକ୍ସନ ନେଇଛି ଏବଂ ତଦନ୍ତ ଜାରିରହିଛି। ପୁରା ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବାରେ ଓଡ଼ିଶା ପୋଲିସ ଏଥର ପ୍ରୟାସ କରିଛି।

ସେୟାର କରନ୍ତୁ

Next Post

ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ....

Tue Jun 4 , 2024
ବାସ୍ତବ ବ୍ୟୁରୋ: ଓଡ଼ିଶାରେ ବିଜେଡି ର ଦୀର୍ଘ ୨୪ ବର୍ଷ ଶାସନ ର ଅବସାନ ଘଟିଛି । ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ । ଏହା ସହ ଏବେ ବିରାମ ଲାଗିଛି ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୟଯାତ୍ରାରେ, ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ ।  ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଲଗାତାର ୫ ଥର […]

You May Like

Pin It on Pinterest