
ସଂଜୟ ଶତପଥୀ(କଟକ): ଆଜି କଟକ ର ସର୍ବପୁରାତନ ରଙ୍ଗମଞ୍ଚ “ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ” ଠାରେ ସାଂସ୍କୃତିକ ଅନୁଷ୍ଠାନ ନିଖିଳ ଉତ୍କଳ କଳା ନିକେତନ ପକ୍ଷରୁ ଆୟୋଜନ କରାଯାଇଛି ତ୍ରୀଦିବସୀୟ ରଙ୍ଗ ମହୋତ୍ସବ। ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ସୁନାମଧନ୍ୟ ଅନୁଷ୍ଠାନ ଭାଗ ନେଇଥୂବା ବେଳେ ଓଡ଼ିଶୀ ନୃତ୍ୟ, ଡ୍ରାମା ସହିତ ଓଡ଼ିଶା ର କଳାସଂସ୍କୃତି ର ପ୍ରତିଯୋଗିତା ର ଆୟୋଜନ କରାଯାଇଛି।
ଆଜି କାର୍ଯ୍ୟକ୍ରମ ର ପ୍ରଥମ ଦିବସର ସନ୍ଧ୍ୟାରେ ଓଡ଼ିଶାର ବ୍ରହ୍ମପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଶାଶ୍ବତୀ”ପକ୍ଷରୁ ଏକ ଡ୍ରାମା “ବସାଘର” ଅନୁଷ୍ଠାନ ର କଳାକାରମାନଙ୍କ ଦ୍ବାରା ପରିବେଷିତ ହୋଇଥୂଲା। ଏହି ଡ୍ରାମାରେ କଳାକାରମାନଙ୍କ ର ଜୀବନ୍ତ ଅଭିନୟ ଦେଖୂବାକୁ ଓ ଉପଭୋଗ କରିବାକୁ ଦର୍ଶକମାନଙ୍କର ଭିଡ ଲାଗିରହିଥୂଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାରବାଟୀ -କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ୍ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ମଞ୍ଚ ଅଭିନେତା ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ଓଡ଼ିଶାର ପୁରାତନ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ନିବେଦନ କରିଥିଲେ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀରେ ଥିବା ଏହି ସର୍ବପୁରାତନ ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ କୁ ନବୀକରଣ କରିବାକୁ ପ୍ରଚେଷ୍ଟା ଓ ଐତିହାସିକ କଟକ ରେ ଓଡ଼ିଶାର ସାଂସ୍କୃତିକ ମର୍ଯ୍ୟାଦା ରଖୂବାକୁ ପ୍ରୟାସ ଜାରି ରହିବ ବୋଲି ମତପୋଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଉରକେଲା ର ପ୍ରତିଷ୍ଠିତ ଅଭିନେତା ଶ୍ରୀ ପ୍ରବୀର ଜେନା, ବ୍ରହ୍ମପୁରର ଶ୍ରୀ ରାମଚନ୍ଦ୍ର ସାସମଲ,ଓ ଶାଶ୍ବତୀ ର ସମସ୍ତ ସଦସ୍ୟଗଣ ଉପସ୍ଥିତ ଥିଲେ।