ବହୁ ପ୍ରତିକ୍ଷାର ଅନ୍ତ ଘଟିଛି,ଖୋଲିଛି ଶ୍ରୀମନ୍ଦିରର ଚାରି ଦ୍ୱାର….

ଭୁବନେଶ୍ବର(ପ୍ରମୋଦନାୟକ):ବହୁ ପ୍ରତିକ୍ଷାର ଅନ୍ତ ଘଟିଛି,ଖୋଲିଛି ଶ୍ରୀମନ୍ଦିରର ଚାରି ଦ୍ୱାର। ଆଜି ପ୍ରାତଃ ମଙ୍ଗଳ ଆରତୀ ଦର୍ଶନ ସହ,ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ, ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି।

ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ କାମନା କରିଥିଲେ। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭକ୍ତ ମାନଙ୍କ ଭାବାବେଗକୁ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ନିଆ ଯାଇଥିଲା।
ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଚାରି ଦ୍ଵାର ଖୋଲାଗଲା।ଭକ୍ତ ଓ ଭଗବାନଙ୍କ ମଝିରେ କାହାରିକୁ ପାଚେରୀ ହେବାକୁ ଦିଆଯିବନାହିଁ।

ସେୟାର କରନ୍ତୁ

Next Post

ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ଉ

Thu Jun 13 , 2024
ମନୋଜ ମହାନ୍ତି(ଭୁବନେଶ୍ବର) :ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ଉ। ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାର ୬୭ ସ୍ଥାନରେ ଚଢାଉ କରାଯାଉଛି। ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ଏହି ଚଢାଉରେ ସାମିଲ ଅଛନ୍ତି। ସେହିପରି ବିଭିନ୍ନ ବିଭାଗର ଆଉ ୮୨ ଜଣ ଅଧିକାରୀ […]

You May Like

Pin It on Pinterest