
ସଂଜୟ ଶତପଥୀ(କଟକ): ଜବରଦଖଲ ରେ ଥିବା କଟକ ର ବୃହତ୍ ପୁଷ୍କରିଣୀ “ହାତୀ ପୋଖରୀ” କୁ ଜବରଦଖଲକାରୀ ଙ୍କ କବଜାରୁ ବଞ୍ଚାଇବାକୁ ଓ ପୁନରୁଦ୍ଧାର ର ଦାବୀକୁ ନେଇ କଟକ ର ମାନନୀୟ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ହିନ୍ଦୁ ସେନା।
ପ୍ରକାଶ ଥାଉକି, ଓଡ଼ିଶାର ପୁରାତନ ରାଜଧାନୀ କଟକ ରେ ଓଡ଼ିଶାର ରାଜା ତଥା ଗଜପତି ବାରବାଟୀ ଠାରେ ଅବସ୍ଥାନ କରୁଥିବା ବେଳେ ବର୍ତ୍ତମାନ ର ଶିଳ୍ପ ନିର୍ଦ୍ଦେଶାଳୟ ସ୍ଥାନରେ ଗଜପତିଙ୍କର ଘୋଡାଶାଳ, ବାରବାଟୀ ଦୂର୍ଗ ଚାରିପଟେ କୁମ୍ଭୀର ଓ ଶାଙ୍କୁଚ ନାଳ ତଥା ପୋଲିସ୍ ମହାନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ନିକଟରେ ଅସ୍ତ୍ରାଗାର ରହିଥୂବା ଏବଂ ଗଜପତିଙ୍କର ଯିବା ଆସିବା ଲାଗି ରହିଥୂବା ଗଜ ବା ହାତୀ ମାନଙ୍କର ଗାଧୁଆ ଲାଗି କଟକର ଦରଘା ବଜାର ସ୍ଥିତ ପବିତ୍ର ଦରଘା ର ଠିକ୍ ପଛପଟେ ଏକ ବିରାଟ ପୋଖରୀ ମଧ୍ୟ ଥୂଲା । ଯେଉଁ ବୃହତ୍ ପୋଖରୀରେ ହାତୀ ମାନେ ଗାଧୋଇବା ସହ ଜଳକ୍ରୀଡା ମଧ୍ୟ କରୁଥିଲ।
ହାତୀମାନେ ଏହି ପୋଖରୀ ରେ ଗାଧୋଇଥିବାରୁ ଏହି ଅଞ୍ଚଳର ନାମକରଣ “ହାତୀ ପୋଖରୀ” କରାଯାଇଛି। କିନ୍ତୁ ଜିଲ୍ଲା ପ୍ରଶାସନ ହେଉ ବା କଟକ ମହାନଗର ନିଗମ ହେଉ କଟକ ସହରର ଏହି ପୁରୁଣା ସ୍ମୃତିକୁ ବଞ୍ଚାଇ ରଖିବାକୁ କାହାର ନିଘା ନାହିଁ, ଯାହା ଫଳରେ ଏହି ପୋଖରୀ ର ଅର୍ଦ୍ଧାଧିକ ଯାଗାକୁ କିଛି ଜବରଦଖଲକାରୀ ପୋତି ନିଜ ଅକ୍ତିଆରକୁ ନେଇଯାଇଥିବା ଏବଂ ଅବଶିଷ୍ଟାଅଂଶ ରେ ଅଳିଆ ଆବର୍ଜ୍ଜନା ପକାଇବା ଦ୍ବାରା କଟକ ର ଐତିହ୍ୟ ଭୂଲୁଣ୍ଠିତ ହେବା ସହ ପରିବେଶ ମଧ୍ୟ ଦୁଷିତ ହେବାରେ ଲାଗିଛି। ସରକାର ଙ୍କ ତଥା କଟକ ମହାନଗର ନିଗମ ର ପୁରାତନ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟକ୍ରମ ଏହି ମର୍ଯ୍ୟାଦାପୂର୍ଣ୍ଣ ଐତିହ୍ୟ ସମ୍ପନ୍ନ ସହର କଟକ ରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାର ଏହା ଏକ ଜ୍ୱଳନ୍ତ ଉଦାହରଣ।
ତେଣୁ ଏହି ପୋଖରୀ କୁ ଜବରଦଖଲକାରୀ ଙ୍କ କବଜାରୁ ମୁକୁଳାଇ ପୋଖରୀ ର ପୁନରୁଦ୍ଧାର କରିବାକୁ ହିନ୍ଦୁ ସେନା ର ରାଜ୍ୟ ସଭାପତି ଶ୍ରୀ ଦେବାଶିଷ ରାଉତ ଓ ହିନ୍ଦୁ ସେନା ର ଅନ୍ଯ ସଦସ୍ୟମାନଙ୍କ ସହ ଏକ ଶୋଭାଯାତ୍ରାରେ କଟକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ରାଉତ ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ଓ ପଦକ୍ଷେପ ନେବାକୁ କହିବା ସହ ଯଦି ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ଏହି ବିଷୟରେ ଆସନ୍ତା ୧୫ ଦିନ ମଧ୍ୟରେ କୈାଣସି ପଦକ୍ଷେପ ନ ନିଅନ୍ତି ତେବେ ହିନ୍ଦୁ ସେନା ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।



