
କେନ୍ଦ୍ରାପଡ଼ା,୨୪/୦୬(ଜୟନ୍ତ ଶତପଥୀ):-
ସହଭାଗିତା ବ୍ୟବସାୟ ନାଁ ରେ ଠକାମୀର ଶିକାର ହେଲେ ଯୁବକ,ଶେଷରେ ବନ୍ଧା ହୋଇ କୋର୍ଟ ଚାଲଣ ହେଲେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀ ।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବଛରାଇ ପଞ୍ଚାୟତ ବଛରାଇ ଗାଁ ର ମଣିଭୂଷଣ ପରିଡା ଙ୍କ ପୁଅ ସନ୍ତୋଷ କୁମାର ପରିଡା ଜଣେ ମେଡ଼ିସିନ ଡିଷ୍ଟ୍ରିବୁଟର ଭାବେ କାମ କରୁଥିଲେ ।ସେ ବିଭିନ୍ନ କମ୍ପାନୀର ମେଡ଼ିସିନ ଓଡିଶା ବାହାରୁ ଆଣି ନିଜର ବ୍ୟବସାୟ କରନ୍ତି ।କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ଅଞ୍ଚଳର ବନମାଳୀ ମିଶ୍ରାଙ୍କ ପୁଅ ବିଭୂକଲ୍ୟାଣ ମିଶ୍ରା ନାମକ ଜଣେ ଯୁବକଙ୍କ ସହିତ ସନ୍ତୋଷଙ୍କ ମେଡ଼ିସିନ ବ୍ୟବସାୟ ମାଧ୍ୟମରେ ସାକ୍ଷାତ ହୋଉଥିଲା । ବିଭୂକଲ୍ୟାଣ ମିଶ୍ରା ଉତ୍ତରାଖଣ୍ଡ ହରିଦ୍ୱାର ଅଞ୍ଚଳର ଏକ ମେଡ଼ିସିନ କମ୍ପାନୀ ରେ ଏଚ.ଆର ମ୍ୟାନେଜର ଭାବେ କାମ କରୁଥିଲେ । ସନ୍ତୋଷ ଓ ବିଭୂକଲ୍ୟାଣ ଙ୍କ ମଧ୍ୟରେ ମେଡ଼ିସିନ କ୍ରୟ ବିକ୍ରୟ କୁ ନେଇ ସୁ ସମ୍ପର୍କ ଗଢି ସ୍ଥାପନ ହୋଇଥିଲା ।ସନ୍ତୋଷ ବ୍ୟବସାୟ କାମରେ ହରିଦ୍ୱାର ଯାଇଥିବା ବେଳେ ବିଭୂକଲ୍ୟାଣଙ୍କ ପରିବାର ସହିତ ମଧ୍ୟ ତାଙ୍କର ସୁସମ୍ପର୍କ ସ୍ଥାପନ ହୋଇଥିଲା ।
ବିଭୂକଲ୍ୟାଣ ମିଶ୍ରଙ୍କ ସ୍ତ୍ରୀ ବୀଣା ମିଶ୍ରା ସନ୍ତୋଷଙ୍କୁ ଧରମ ଭାଇ କରିଥିଲେ ଓ ତାଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ ।ସନ୍ତୋଷ ମଧ୍ୟ ଭାଇ ଭଉଣୀ ସମ୍ପର୍କକୁ ନେଇ ବିଶ୍ୱାସ କରିବାକୁ ଲାଗିଥିଲେ ବିଭୂକଲ୍ୟାଣ ଆଉ ତାଙ୍କ ସ୍ତ୍ରୀ ବୀଣାଙ୍କ ଉପରେ। ଆଉ ଯାହାର ଫାଇଦା ଉଠାଇ ଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ସନ୍ତୋଷ କୁ ପାର୍ଟନରସିପ ରେ ଏକ ମେଡ଼ିସିନ କମ୍ପାନୀ କରିବା ପାଁଇ ପର୍ବତାଇ ଥିଲେ ବିଭୂକଲ୍ୟାଣ ଆଉ ସନ୍ତୋଷ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରିଥିଲେ । ବିଭୂକଲ୍ୟାଣଙ୍କ ଘର ସନ୍ତୋଷଙ୍କ ନିଜ ଜିଲ୍ଲା କେନ୍ଦ୍ରାପଡ଼ା ଚଉଦକୁଲାଟ ଅଞ୍ଚଳର ହୋଇଥିବାରୁ ସହଜରେ ତାଙ୍କ କଥାକୁ ଗ୍ରହଣ କରିନେଇଥିଲେ ସନ୍ତୋଷ ।ସନ୍ତୋଷଙ୍କୁ ବିଭୂକଲ୍ୟାଣ ଆଉ ଜଣେ ଯୁବକ ରାହୁଲ ଯୋଶୀଙ୍କ ସହିତ ଭେଟ କରାଇଥିଲେ ଆଉ ରାହୁଲ ଉତ୍ତରାଖଣ୍ଡ ସ୍ଵାସ୍ତ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବୋଲି କହିଥିଲେ ଆଉ ସିଏ ଆମକୁ ମେଡ଼ିସିନ କମ୍ପାନୀ କରିବାରେ ସାହାଯ୍ୟ କରିବେ ବୋଲି କହିଥିଲେ । ବିଭୂକଲ୍ୟାଣ ସନ୍ତୋଷଙ୍କୁ କହିଥିଲେ କି କମ୍ପାନୀ କରିବାକୁ ହେଲେ ଅର୍ଥର ଆବଶ୍ୟକତା ଅଛି ଆଉ ତୁମେ ପଚାଶ ଲକ୍ଷ ଦିଅ ଆଉ ମୁଁ ପଚାଶ ଲକ୍ଷ ଦେବି ବୋଲି କହିଥିଲେ । ଠକାମୀର ଶିକାର ହୋଇଥିବା ଯୁବକ କିଛି ନବୁଝି ନସୁଝି ପଇସା ଦେବାକୁ ରାଜି ହୋଇଥିଲେ ଏବଂ ସନ୍ତୋଷ ତାଙ୍କୁ ଦେଉଥିବା ଭିନ୍ନ ଭିନ୍ନ ଆକାଉଣ୍ଟ ନମ୍ବର ରେ ପଇସା ଦେବା ଆରମ୍ଭ କରିଦେଇଥିଲେ ।
ଦୀର୍ଘ ଚାରିବର୍ଷ ତଳୁ ପଇସା ଦେଇ ଆସୁଥିବା ସନ୍ତୋଷଙ୍କୁ ବିଭୂକଲ୍ୟାଣ ଭରସା ଦେବା ପାଁଇ ମିଛ ତଥ୍ୟ ଓ ଭିଡିଓ କଲ ମାଧ୍ୟମରେ ମେଡ଼ିସିନ କମ୍ପାନୀ ନିର୍ମାଣ ହେଉଥିବାର ମିଛ ଚିତ୍ର ଦେଖାଉଥିଲେ ! ସନ୍ତୋଷ ଦୀର୍ଘ ସମୟ ଧରି ପାଖାପାଖି ଚାଳିଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ବିଭୂକଲ୍ୟାଣ ମିଶ୍ରା ଓ ସ୍ତ୍ରୀ ବୀଣା ମିଶ୍ରା ଓ ବିଭୂକଲ୍ୟାଣଙ୍କ ସହଯୋଗୀ ରାହୁଲ ଯୋଶୀଙ୍କ ଆକାଉଣ୍ଟ ରେ ଜମା କରି ସାରିଥିଲେ । କିନ୍ତୁ ସନ୍ତୋଷ ଦେଉଥିବା ଅର୍ଥ ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ଲୁଟା ଯାଇଛି ବୋଲି ଅନୁଭବ କଲା ବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା ।ଆଉ ସନ୍ତୋଷ କଣ କରିବେ ବୋଲି ତାଙ୍କ ମୁଣ୍ଡ କାମ କରିନଥିଲା ଆଉ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।
ସନ୍ତୋଷ ଭାଙ୍ଗିନପଡି ଧର୍ଯ୍ୟର ସହିତ ଆଇନର ଆଶ୍ରୟ ନେଇଥିଲେ ଆଉ ତାଙ୍କୁ ଯିଏ ଠକିଛି ସେ ଠକକୁ ଉଚିତ ଶାସ୍ତି ଦେବା ପାଁଇ ଲାଗି ପଡ଼ିଥିଲେ ।ସେ ପାଟକୁରା ଥାନାରେ ଅଭିଯୋଗ କରିବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଏସ୍ଡ଼ିପିଓ,ଡିଜି, ଆଇଜିଙ୍କୁ ଭେଟି ଦୋଷୀ କେମିତି ଦଣ୍ଡ ପାଇବ ସେ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ।ଶେଷରେ ପାଟକୁରା ଥାନା ସବ-ଇନ୍ସପେକଟର ବିଶ୍ୱଜିତ ଭୋଇ ଓ କନେଷ୍ଟବଳ ରଲିକା ଦାସ ଏବଂ ସ୍ପେଶାଲ ସ୍କ୍ୱାର୍ଡ ର ଦୁଇଜଣ ଅଧିକାରୀ ମୁଖ୍ୟ ଅଭିଯୁକ୍ତ ଠକ ବିଭୂକଲ୍ୟାଣର ମୋବାଇଲ କୁ ଟ୍ରାକ କରି ଉତ୍ତରାଖଣ୍ଡ ର ହରିଦ୍ୱାର ଠାରେ ପଂହଁଚି ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣ ମିଶ୍ରାର ସହଯୋଗୀ ରାହୁଲ ଯୋଶୀକୁ ଗିରଫ କରିଥିଲା ବେଳେ ପରବର୍ତ୍ତୀ ସମୟରେ ବିଭୂକଲ୍ୟାଣ ମିଶ୍ରା ଓ ତାଙ୍କ ସ୍ତ୍ରୀ ବୀଣା ମିଶ୍ରାଙ୍କୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଚଉଦକୁଲାଟ ସମାଳ ଶାସନ ଗାଁରୁ ପୋଲିସ ଗିରଫ କରିବାରେ ସଫଳ ହୋଉଥିଲା ଏବଂ ମୁଖ୍ୟ ଅଭିଯୁକ୍ତ ବିଭୂକଲ୍ୟାଣ ମିଶ୍ରା ଓ ତାଙ୍କ ସ୍ତ୍ରୀ ବୀଣା ମିଶ୍ରାଙ୍କୁ ପାଟକୁରା ପୋଲିସ ପଚରା ଉଚରା କରିବା ପରେ କୋର୍ଟ ଚାଲାଣ କରିଛି ।