ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ “ସାହିତ୍ୟାୟନ ୨୦୨୪”…

ବାସ୍ତବବ୍ୟୁରୋ(ବାଙ୍ଗାଲୋର): ଓଡିଶା ବାହାରେ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଓ ଅନ୍ୟ ଭାଷା ସହିତ ସାହିତ୍ୟିକ ଭାବ ବିନିମୟ ପାଇଁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ “ସାହିତ୍ୟାୟନ ୨୦୨୪” “ବାଙ୍ଗାଲୋର ଲିଟ୍ରେଚର ଫେଷ୍ଟିଭାଲ” ପାଳିତ ହୋଇ ଯାଇଛି ।

ଏଥିରେ ଓଡିଶା ଏବଂ କର୍ଣ୍ଣାଟକ ସମେତ ଭାରତ ତଥା ଭାରତ ବାହାରେ ରହୁଥିବା ଅନେକ କବି ଓ ଲେଖକ ମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଶରତ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ନଡ଼ ଲେଖକ ତଥା କର୍ଣ୍ଣାଟକ ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଶ୍ରୀମତୀ ଛାୟା ଭଗବତୀ, ହିନ୍ଦୀ ଲେଖକ ଶ୍ରୀ ପି.କେ ମାଥୁର, ଆୟର୍ଲ୍ୟାଣ୍ଡରୁ ଶ୍ରୀମାରାଣୀ ଦାଶ, ଶୋଭନ ଶିବରାଜ ପଟ୍ଟୁ , ଇସ୍ରୋର ଶ୍ରୀ ଉଦୟ ନାଥ ଦାଶ ସମେତ ଓଡିଶା ଗୀତିକବି ସମାଜରୁ ଶ୍ରୀ ଗୌର ପଟ୍ଟନାୟକ, ଶ୍ରୀ ଲିଙ୍ଗରାଜ ରଥ, ପ୍ରେମଚାନ୍ଦ ମହାନ୍ତି, ଡ଼ଃ ଅଜୟ ସ୍ୱାଇଁ, ବସନ୍ତ କୁମାର ଦାସ, ସେନାପତି ପ୍ରଦ୍ୟୁମ୍ନ କେଶରୀ,ତୋଫାନ ଜେନା,ପ୍ରେମସାଗର ଦାସ,ବନୋଜ ତ୍ରିପାଠୀ,କୈବଲ୍ୟ ଦାସ,ସୁକାନ୍ତି ମହାନ୍ତି,ସୁଭଦ୍ରା କମିଳା,ଚିନ୍ମୟୀ ମହାପାତ୍ର,ଜ୍ୟୋତ୍ସ୍ନା ସାମନ୍ତରାଏ, ଝରଣା ପଟ୍ଟନାୟକ ସୁଶ୍ରୀ ଶୁଭଶ୍ରୀ ତରଫରୁ ସୁଭାଷ ଚନ୍ଦ୍ର ରାଉତ, ନାଗୁ ଚରଣ ଦେବତା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଶ୍ରୀ କାର୍ତ୍ତିକ ସ୍ୱାଇଁ, ଅବନ୍ତି ମଲ୍ଲିକ,ଅନୁରୂପା ସିଂ,ବସନ୍ତମଞ୍ଜରୀ ଦାସ,ବିଶ୍ୱରଞ୍ଜନ ଗୋସ୍ୱାମୀ, ପ୍ରଶାନ୍ତ କୁମାର ନାଥ,ଯାଜ୍ଞସେନି ପଣ୍ଡା, ତେଜସ୍ୱିନୀ ପାତ୍ର, ଲୋପମୁଦ୍ରା ପରିଡା,ବିଶ୍ୱଭାରତୀ ଦାଶ,ତପସ୍ୱିନୀ ଷଡଙ୍ଗୀ ସମେତ ଅନେକ କବି ସେମାନଙ୍କ କବିତା ପାଠ କରିଥିଲେ । ଏହି କବିତା ଆସରକୁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭାପତି ତାପସ ରାଜ୍, ସଚିବ ପ୍ରଶାନ୍ତ କୁମାର ନାଥ ଏବଂ ପ୍ରେମଚାନ୍ଦ ମହାନ୍ତି ସଂଚାଳନା କରିଥିଲେ ।

ଏହି ଉତ୍ସବରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ପତ୍ରିକା "କଥା ଉତ୍କଳ" ସମେତ କାର୍ତ୍ତିକ ସ୍ୱାଇଁଙ୍କ ବିଜ୍ଞାନ ଉପନ୍ୟାସ "ମହାକାଶର ମହାଭାରତ" ଅନୁରୂପା ସିଂଙ୍କ ଅନୁବାଦ ପୁସ୍ତକ "କାଲୋଡୋସ୍କୋପ" ବସନ୍ତ କୁମାର ଦାସଙ୍କ ଗୀତି କବିତା ସଙ୍କଳନ "ରହିଲେ ରହିଲା ବାକି" ମଧ୍ୟ ଉନ୍ମୋଚିତ ହୋଇଥିଲା ।ପୂର୍ବରୁ ଆଭାସୀ ମଞ୍ଚରେ ହୋଇଥିବା ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର ପ୍ରତିଯୋଗୀ ଓ ବିଜେତା ମାନଙ୍କୁ ମାନପତ୍ର ଆଉ ମେଡାଲ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ।

  ସାହିତ୍ୟ ଆଲୋଚନା ସହିତ ଉପସ୍ଥିତ ସମସ୍ତ ସାହିତ୍ୟିକ ଓ ସାହିତ୍ୟ ପ୍ରେମୀ ମାନେ  ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ସହିତ ଓଡ଼ିଆ ଖାଦ୍ୟକୁ ପ୍ରଶଂସା କରିଥିଲେ।ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଗୀତି କବିତା ସମାଜର ସମସ୍ତ କବି,ଅତିଥି ଓ ନୂତନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 
 ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଏପରି ଏକ ବହୁଭାଷୀ ଉତ୍ସବର ଆୟୋଜନଙ୍କୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ।ଆଗାମୀ ଦିନରେ ଏହିଭଳି ଅନେକ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି ବୋଲି ଅନୁଷ୍ଠାନର କର୍ମୀମାନେ ଜଣାଇଛନ୍ତି ।
ସେୟାର କରନ୍ତୁ

Next Post

ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ ଓ ରତ୍ନ ଅଳଙ୍କାର ଗଣତି ଓ ମଣତି କରାଯିବ :ପୃଥ୍ବୀରାଜ ହରିଚନ୍ଦନ

Tue Jun 25 , 2024
ଭୁବନେଶ୍ୱର ୨୪/୦୬(ଗୌତମ ମିଶ୍ର ): ରତ୍ନଭଣ୍ଡାର ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍‌ଲାଇନ୍‌ ବିଭାଗ ପକ୍ଷରୁ ଜଣାଇ ଦିଆଯିବ।ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ନିଆଯିବ ଓ ରତ୍ନ ଅଳଙ୍କାର ଗଣତି କରାଯିବ। ସୋମବାର […]

You May Like

Pin It on Pinterest