ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ ଓ ରତ୍ନ ଅଳଙ୍କାର ଗଣତି ଓ ମଣତି କରାଯିବ :ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର ୨୪/୦୬(ଗୌତମ ମିଶ୍ର ): ରତ୍ନଭଣ୍ଡାର ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍‌ଲାଇନ୍‌ ବିଭାଗ ପକ୍ଷରୁ ଜଣାଇ ଦିଆଯିବ।ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ନିଆଯିବ ଓ ରତ୍ନ ଅଳଙ୍କାର ଗଣତି କରାଯିବ।

ସୋମବାର ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସରରେ ସେ ଏଭଳି ସୂଚନା ଦେଇଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବି ଆଇନ ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି ଆଇନ୍, ପୂର୍ତ୍ତ ଓ ଅବକାରୀ ଭଳି ତିନୋଟି ବିଭାଗ କିଭଳି ରାଜ୍ୟବାସୀଙ୍କ ସେବାରେ ଲାଗି ପାରିବ ତାହା ହିଁ ମୋର ପ୍ରାଥମିକତା। ୧୦୦ ଦିନିଆ, ବର୍ଷିକିଆ, ଓ ୫ ବର୍ଷିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି। ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଆଜି ଅପରାହ୍ନ ରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା କରାଯାଇଛି ।

ଅଗଷ୍ଟ ପ୍ରଥମ ସପ୍ତାହରେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରର ଆଇନଜୀବୀମାନେ ତମ୍ଭୁ ତଳେ ବସିଥିବା ଦେଖି ଖରାପ ଲାଗୁଛି। ତେଣୁ ତୁରନ୍ତ କାମ ଶେଷ ପାଇଁ ବିଭାଗ ପଦକ୍ଷେପ ନେଇଛି।

ସେୟାର କରନ୍ତୁ

Next Post

ରାଜ୍ୟର ସବୁବ୍ଲକ୍ ରେ ହେବ ଶୀତଳ ଭଣ୍ଡାର:କୃଷ୍ଣଚନ୍ଦ୍ର

Tue Jun 25 , 2024
ଭୁବନେଶ୍ୱର ୨୪/୦୬(ଗୌତମ ମିଶ୍ର ): ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ବିଜେପିର ସଂକଳ୍ପପତ୍ର ଅନୁଯାୟୀ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ମୁଖ୍ୟମନ୍ତ୍ରୀ ବି ଏହାଉପରେ ଗୁରୁତ୍ବ ଦେଉଛନ୍ତି। କ୍ୟାବିନେଟ ବୈଠକରେ ଏ ନେଇ ଖୁବଶୀଘ୍ର ଆଲୋଚନା କରାଯିବ।ଏହାଛଡ଼ା ରାଜ୍ୟରେ ଆଳୁ ପିଆଜ ଦରବୃଦ୍ଧିର ସମୀକ୍ଷା […]

You May Like

Pin It on Pinterest