ଅସରାଏ ବର୍ଷାରେ ନାକେଦମ ରାଜଧାନୀ ବାସୀ….

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୬/୦୬-ଅସ ରାଏ ବର୍ଷାରେ ବେହାଲ୍ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ପାଣି ଡ୍ରେନ୍ରେ ପାସ୍ କରିନପାରିବାରୁ ରାସ୍ତାରେ ଲହଡି ମାରି କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି କରୁଛି । ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍ ସମ୍ମୁଖର ଅବସ୍ଥା କଥା ନକହିବାଭଲ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି।ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

ଅପରାହ୍ନରେ ହଠାତ୍ ରାଜଧାନୀ ଭୁବନେଶ୍ୱର ଆକାଶରେ ବର୍ଷିଲାବାଦଲ ଫଟା ବର୍ଷା ସହ ଘଡ଼ଘଡ଼ି । ରାଜଧାନୀର ଅଧିକାଂଶ ସ୍ଥାନରେ ବର୍ଷାର କୋପ ଦେଖିବାକୁ ମିଳିଥିଲା। ପଟିଆ, ଚନ୍ଦ୍ରଶେଖର,ସିଆରପି,କଳାରାହାଙ୍ଗ, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ଆଇଆର୍ସି ଭିଲେଜ, ସହିଦ ନଗର,ବମିଖାଲ୍,ଜୟଦେବ ବିହାର, ଶ୍ରୀୟାଛକ,ଓଲଡ୍ ଟାଉନ୍ ପ୍ରମୁଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୧୦ ମିଲିମିଟର ବର୍ଷା ହୋଇଥିବା ଅନୁମାନ କରାଯାଉଛି।ବର୍ଷା ଯୋଗୁ ରାଜଧାନୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ପାଣି ଡ୍ରେନ୍ରେ ନିଷ୍କାସିତ ହୋଇପାରୁନଥିବାରୁ ରାସ୍ତାରେ ପ୍ରବାହିତ ହେଉଛି। ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱ ଇସ୍କନ ସମ୍ମୁଖରେ ରାସ୍ତାର ଅବସ୍ଥା ବେହାଲ ହୋଇଛି। ଏହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଯାହାଫଳରେ ଯିବାଆସିବା ଠପ୍ ହୋଇଯାଇଛି। କାର ଗୁଡ଼ିକ ବୁଡି ଯାଇଛି। ବସ୍ ଗୁଡ଼ିକ ମଝି ରାସ୍ତାରେ ଅଟକି ରହିଛି।

ଇସ୍କନ ସମ୍ମୁଖ ପରି ରସୁଲଗଡ଼ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।ଖୋଦ ବିଏମସି ନିକଟରେ ଆଣ୍ଠୁଏ ପାଣି ରାସ୍ତାରେ ପ୍ରବାହିତ ହୋଇଛି। ବର୍ଷା ହେଲେ ବାରମ୍ୱାର ରାଜଧାନୀ ରେ ଏମିତି ସମସ୍ୟା ହେଉଥିବାରୁ ମିଳୁଛି ଏହା ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।ଏହା ହେଲା ସ୍ମାର୍ଟ ସିଟି ବିକାଶ ର ନଗ୍ନ ରୂପ। ୨୫ ବର୍ଷ ର ବିଜେଡି ସରକାର ରାଜଧାନୀ ର ବର୍ଷା ପାଣି ସମସ୍ୟା କୁ ମଧ୍ୟ ସମାଧାନ କରିବାରେ ସମର୍ଥ ହେଲାଣି। ଏପଟେ ବିଏମସି ମଧ୍ୟ ସ୍ଥିତି କୁ ନିୟନ୍ତ୍ରଣ କରିବା ରେ ବିଫଳ ଖାଲି ମେଞ୍ଚେ ମେଞ୍ଚେ କଥା ଗଣମାଧ୍ୟମ ରେ କହି ରାଜଧାନୀଆ ଙ୍କୁ ଭକୁଆ ବନାଉଛି। ଦେଖା ଯାଉ ବର୍ତ୍ତମାନ ର ମୋହନ ସରକାର ରାଜଧାନୀ ର ଏହି ସମସ୍ୟା ର କିପରି କେତେ ଶୀଘ୍ର ସମାଧାନ କରୁଛି।

ସେୟାର କରନ୍ତୁ

Next Post

ବଦଳିବ ସ୍କୁଲ ୟୁନିଫର୍ମ… ?

Thu Jun 27 , 2024
ଭୁବନେଶ୍ୱର,୨୭।୬: ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’। ସେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ।ଏବେ କଡ଼ ଲେଉଟାଛି କ୍ଷମତା । […]

You May Like

Pin It on Pinterest