
ସଂଜୟ ସତପଥୀ(କଖକ): କଟକ କୁ ବୃହତ ସହର କରି ତୋଳିବା ତଥା ପୁରୁଣା ଐତିହ୍ୟ “ରାଜଧାନୀ” ର ମାନ୍ୟତା ର ମୂଖ୍ୟ ଦାବୀ ସହ ଏକ ୧୮ ଟି ବିଷୟରେ ଏକ ଦାବୀପତ୍ର କଟକର ସାମାଜିକ ଅନୁଷ୍ଠାନ ବାଇମୁଣ୍ଡି ସଂଗଠନ ପକ୍ଷରୁ ଶ୍ରୀ ରାମଚନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ବାରବାଟୀ -କଟକ ର ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ୍ ଙ୍କୁ ଭେଟି ସମସ୍ତ ବିଷୟରେ ଅବଗତ କରାଇବା ସହ ଦାବିପତ୍ର ପ୍ରଦାନ କରିଛନ୍ତି।
ବିଧାୟିକା ଦାବିପତ୍ର କୁ ଗ୍ରହଣ କରି ଏହି ଦାବିକୁ ପୂର୍ଣ୍ଣ କରିବାକୁ ସରକାରଙ୍କୁ ଅନୁରୋଧ କରିବେ ଏବଂ ନିଜର ଚେଷ୍ଟା ମଧ୍ୟ ଜାରି ରଖିବେ ବୋଲି ମତପ୍ରକାଶ କରିଥିଲେ।ଏହି ଦାବିପତ୍ର ପ୍ରଦାନ ବେଳେ ସଂଗଠନ ର ବରିଷ୍ଠ ସଦସ୍ୟ ଶ୍ରୀ ଅଜୟ କୁମାର ନାୟକ, ଶ୍ରୀ ରଞ୍ଜନ କୁମାର ବେହେରା, ଶ୍ରୀ ମନୋଜ କୁମାର ପତି, ଶ୍ରୀ ସୂର୍ଯ୍ୟମ୍ ପାଣିଗ୍ରାହୀ, ଶ୍ରୀ ଚିନ୍ତାମଣି ଦାସ ଓ ଶ୍ରୀ ଅଞ୍ଜନ ସାହୁ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି କଟକର ଐତିହ୍ୟ ଓ ସସ୍କୃତି ତଥା ମର୍ଯ୍ୟାଦା କୁ ବଞ୍ଚାଇ ରଖିବାକୁ ମାନନୀୟା ବିଧାୟିକା ଙ୍କୁ ଅନୁରୋଧ କରିଥିଲେ।