ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ….

ଭୁବନେଶ୍ୱର(ଗୌତମ ମିଶ୍ର ):ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଉଛି-
(୧) ବିଲ୍ଡିଂ ପ୍ଲାନ୍‌ର ପରିବର୍ତ୍ତନ ଏବଂ ସଂଯୋଗ/ସଂଶୋଧନ ନିମନ୍ତେ ଅନୁମତି (ସମୟ ସୀମା: ୧୫ ଦିନରୁ ୩୦ ଦିନ)
(୨) ବିଲ୍ଡିଂ ପ୍ଲାନ୍‌ର ପୁନଃବୈଧିକରଣ ନିମନ୍ତେ ଅନୁମତି (ସମୟ ସୀମା: ୭ ଦିନ)
(୩) ପ୍ଲିନ୍‌ଥ ଅନୁମୋଦନ (ସମୟ ସୀମା: ୭ ଦିନ)
(୪) ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ (ସମୟ ସୀମା: ୧ ଦିନ) ଏବଂ

(୫) ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ (ସମୟ ସୀମା: ୯୦ ଦିନ)
ଏହି ସବୁ ସେବାକୁ ଖୁବ୍ ଶୀଘ୍ର ବିଜ୍ଞାପିତ କରାଯାଇ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ଦିଆଯିବ । ଏହି ୫ ଗୋଟି ସେବାକୁ ମିଶାଇ ୩୧ଟି ବିଭାଗର ମୋଟ୍ ୪୨୨ଟି ସେବା ଉକ୍ତ ଅଧିନିୟମ ଅନ୍ତର୍ଭୁକ୍ତ ହେଲା। ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଅଧିନିୟମ ଅନ୍ତର୍ଭୁକ୍ତ ବିଜ୍ଞାପିତ ସମସ୍ତ ସେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ନିମନ୍ତେ ପ୍ରତିବଦ୍ଧ ।

ସେୟାର କରନ୍ତୁ

Next Post

ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ,ଓଡିଆ ଭାଷାରେ ନଥି ଉପସ୍ଥାପନ କରିବାକୁ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

Fri Jul 5 , 2024
ଭୁବନେଶ୍ବର(ଗୌତମ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଶପଥ ନେବା ପରେ ସେ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ ।ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଥିଲେ। ଓସ୍ବାସ ଜରିଆରେ ଫାଇଲ କାମ କରିଥିଲେ।ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ […]

You May Like

Pin It on Pinterest