କଟକ ମହାନଗର ନିଗମର ସ୍ବଚ୍ଛ ପରିବେଶ ଲାଗି ଅଭିନବ ପ୍ରୟାସ…

ସଂଜୟ ଶତପଥୀ(କଟକ): କଟକ ସହର ର ନବୀକରଣ ତଥା ସୈ।ନ୍ଧର୍ଯୀକରଣ ଲାଗି କଟକ ମହାନଗର ନିଗମ ପକ୍ଷରୁ ବହୁ ଗଛ କଟାଯାଇଥିବା ଏବଂ କଟକ ସହରର ପରିବେଶ ସମ୍ପୂର୍ଣ୍ଣ ଅସ୍ବଚ୍ଛ ହୋଇ ପଡିବାର ଅନୁଭବ କରିବା ପରେ କଟକ ମହାନଗର ନିଗମ ପକ୍ଷରୁ ମାନନୀୟ କମିଶନର ଶ୍ରୀ ବିଜୟ କୁମାର ଦାସ ଙ୍କ ଅଧ୍ଯକ୍ଷତାରେ ବିଜୁ ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ର ଆୟୋଜନ କରାଯାଇଥିଲା।

ଏହି ବୈଠକରେ କଟକ ମହାନଗର ନିଗମର ମେୟର, ଡେପୁଟି ମେୟର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ କଟକ ମହାନଗର ନିଗମ ର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲ। କଟକ ସହର କୁ ନବୀକରଣ କରିବାକୁ ଯାଇ ଗଛ କାଟିବା ଯୋଗୁଁ ସହରର ତାପମାତ୍ରାରେ ବୃଦ୍ଧି ଘଟିଛି ଏବଂ କଟକ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ପରିସ୍ଥିତିର ମୁକାବିଲା କରିବାର ଏକମାତ୍ର ଉପାୟ ବୃକ୍ଷ ରୋପଣ। ଉପସ୍ଥିତ ଥୂବା ବୁଦ୍ଧିଜୀବୀ ଓ ସମାଜସେବୀ ମାନଙ୍କର ଏହି ମତାମତ କୁ କଟକ ମହାନଗର ନିଗମ ର ମାନନୀୟ କମିଶନର ହୃଦୟଙ୍ଗମ କରିବା ସହ ସମ୍ମାନ ର ସହ ଗ୍ରହଣ କରି କଟକ ମହାନଗର ନିଗମ ଅଧିନରେ ଥିବା ସମସ୍ତ ଖାଲି ଜାଗାରେ ଗଛ ଲଗାଇବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଅନୁରୋଧ କରିବା ସହ ନିଗମ ପକ୍ଷରୁ ଜାଗା ଚିହ୍ନଟ ଓ ଗଛଚାରା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଯୋଗାଇ ଦେବା ଏବଂ ଲଗାଯାଇଥିବା ଗଛ ର ରକ୍ଷଣାବେକ୍ଷଣ ଲାଗି ଦାୟିତ୍ବ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅନୁମତି ଆକାରରେ ପ୍ରଦାନ କରିଥିଲ।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଗଛ ଲଗାଯିବାର କାର୍ଯ୍ୟକ୍ରମ ରଖାଯାଇଛି ବୋଲି ମାନନୀୟ କମିଶନର ଘୋଷଣା କରିଥିଲେ। ଏହି ଗଛ ଲଗାଇବାର ସମସ୍ତ ଖର୍ଚ୍ଚ ନିଗମ ପକ୍ଷରୁ କରାଯିବାର ନିଷ୍ପତ୍ତିକୁ ସମସ୍ତ ଉପସ୍ଥିତ ବୃକ୍ଷ ପ୍ରେମୀ ସ୍ବାଗତ କରିଥିଲେ। ଏହି ବୈଠକରେ ସମାଜସେବୀ ଶ୍ରୀ ପ୍ରକାଶ ଅଗ୍ର ଓ୍ବାଲ, ଆଇନଜୀବୀ ଶ୍ରୀ ସବ୍ୟସାଚୀ ମହାପାତ୍ର, ଶ୍ରୀ ଅବିନାଶ କେଡିଆ,ଓ ଶ୍ରୀ ରବି ଶର୍ମାଙ୍କ ସହ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।କିନ୍ତୁ ଜନସାଧାରଣ ରେ ପ୍ରଶ୍ନ ଉଠୁଛି ଯେ, ନିଗମ ପକ୍ଷରୁ ଗଛ କଟାଯିବା ଲାଗି କିଛି ଦିନ ପୂର୍ବରୁ ଅର୍ଥ ବ୍ୟୟ କରାଯିବା ଏବଂ ବର୍ତ୍ତମାନ ଗଛ ଲଗାଇବାକୁ ଅର୍ଥ ବ୍ୟୟ କରାଯିବା ପଛରେ ରହସ୍ୟ କ’ଣ? ଏହି କାର୍ଯ୍ୟକ୍ରମ ଲାଗି କଟକ ମହାନଗର ନିଗମ ର ମାନନୀୟ କମିଶନର ଙ୍କୁ ଜନସାଧାରଣଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି।

ସେୟାର କରନ୍ତୁ

Next Post

ରୋଟାରୀ କଟକ ମିଲେନିୟମ ପକ୍ଷରୁ ବିଶ୍ୱ ଜନସଂଖ୍ଯା ଦିବସ ପାଳିତ

Sat Jul 13 , 2024
ସଂଜୟ ଶତପଥୀ(କଟକ)୧୨/୭/: ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ପକ୍ଷରୁ ଲିଙ୍କ ରୋଡ ସ୍ଥିତ ଶୀତଲ ହୋଟେଲରେ ବିଶ୍ୱ ଜନସଂଖ୍ଯା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମରେ ରେଭେନସା ବିଶ୍ୱବିଦ୍ଯାଳୟର ପ୍ରାଧ୍ଯାପକ ପ୍ରଫେସର ଶିବବ୍ରତ ଦାସ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ଯରେ ଜନସଂଖ୍ଯା ଦିବସର ତାତ୍ପର୍ଯ୍ଯ ଏବଂ ଜନସଂଖ୍ଯା ସମ୍ବନ୍ଧିତ ବିବିଧ ବିଷୟର ପରିସଂଖ୍ଯାନ ଭିତ୍ତିକ ତଥ୍ଯ ଉପସ୍ଥାପନ କରିଥିଲେ l […]

You May Like

Pin It on Pinterest