ରୋଟାରୀ କଟକ ମିଲେନିୟମ ପକ୍ଷରୁ ବିଶ୍ୱ ଜନସଂଖ୍ଯା ଦିବସ ପାଳିତ

ସଂଜୟ ଶତପଥୀ(କଟକ)୧୨/୭/: ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ପକ୍ଷରୁ ଲିଙ୍କ ରୋଡ ସ୍ଥିତ ଶୀତଲ ହୋଟେଲରେ ବିଶ୍ୱ ଜନସଂଖ୍ଯା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମରେ ରେଭେନସା ବିଶ୍ୱବିଦ୍ଯାଳୟର ପ୍ରାଧ୍ଯାପକ ପ୍ରଫେସର ଶିବବ୍ରତ ଦାସ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ଯରେ ଜନସଂଖ୍ଯା ଦିବସର ତାତ୍ପର୍ଯ୍ଯ ଏବଂ ଜନସଂଖ୍ଯା ସମ୍ବନ୍ଧିତ ବିବିଧ ବିଷୟର ପରିସଂଖ୍ଯାନ ଭିତ୍ତିକ ତଥ୍ଯ ଉପସ୍ଥାପନ କରିଥିଲେ l

କ୍ଲବର ସଭାପତି ଦୀପକ କୁମାର ମହାନ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ସମ୍ପାଦକ ଗଣେଶ ପ୍ରସାଦ ସାହୁ ଅନୁଷ୍ଠାନର ଆଗାମୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଏହି ଉତ୍ସବରେ କ୍ଲବର ପୂର୍ବତନ ସଭାପତି ଚନ୍ଦ୍ରପ୍ରଭା ମହାନ୍ତି , ପ୍ରଦୀପ କୁମାର ମହାନ୍ତି, ଡ. ନାରାୟଣ ମହାନ୍ତି, ଡ.ଜଗନ୍ନାଥ ଦାସ, ଡ. ଶରତ ଚନ୍ଦ୍ର ଦାସ, ସଞ୍ଜୀବ କୁମାର ବୈଶାଖ, ପୂର୍ବତନ ସମ୍ପାଦକ ସୁଧୀର ରଥ, ଞ୍କାନେନ୍ଦ୍ର ବିଶ୍ୱାଳ , ପୂର୍ବତନ କୋଷାଧ୍ଯକ୍ଷ ବିଜୟ କୁମାର ଆଚାର୍ଯ୍ଯ, ପ୍ରତ୍ଯୁଷ ମହାରଣା ଏବଂ କଟକ ସହରର ଅନେକ ବୁଦ୍ଧିଜିବୀ ଯୋଗ ଦେଇଥିଲେ l

ସେୟାର କରନ୍ତୁ

Next Post

ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ସ୍ବତନ୍ତ୍ର ଆଇନ ପ୍ରଣୟନର ଦାବୀ ରଖିଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍....

Sat Jul 13 , 2024
କଟକ(ସଂଜୟ ଶତପଥୀ): ନୂଆଦିଲ୍ଲୀସ୍ଥିତ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଷ୍ଟ୍ରୀୟ ସଂଗଠକ ଶ୍ରୀମତୀ ମମତା ସେହେଗାଲ୍ ଙ୍କ ନିର୍ଦ୍ଦେଶରେ ଫାଉଣ୍ଡେସନ ର ରାଷ୍ଟ୍ରୀୟ ଉପ-ସଭାନେତ୍ରୀ ସୁଶ୍ରୀ ପୁଷ୍ପିତା ମହାପାତ୍ର ଙ୍କ ନେତୃତ୍ବରେ ଫାଉଣ୍ଡେସନର ଏକ ପ୍ରତିନିଧି ମଣ୍ଡଳୀ କଟକ ର ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଡାକୁଆ(ଭା.ପ୍ର.ସେ) ଙ୍କୁ ଭେଟି ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହାକୁ ବିଚାରକୁ ନେବା ଲାଗି ଅନୁରୋଧ କରିଥିଲ। ଗଣମାଧ୍ୟମ […]

You May Like

Pin It on Pinterest