
ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧିନରେ ଥିବା କଟକ ଦରଘା ବଜାର ଥାନା କୁ ଏକ ବଡ ସଫଳତା ମିଳିଛି।
ହସ୍ତଗତ ହୋଇଥୂବା ଖବର ଅନୁଯାୟୀ କଟକ ନିମସାହି ର ବାସିନ୍ଦା ମହମ୍ମଦ ଆଜାର୍ ଏକ ବ୍ୟାଙ୍କ ଠକାମୀ ର ଶିକାର ହୋଇଥୂବା ନେଇ ସ୍ଥାନୀୟ ଦରଘା ବଜାର ଥାନା ରେ ତା ୧୩/୦୭/୨୦୨୪ ରିଖ ଦିନ ଏକ ଏତାଲା ଦାୟର କରିଥିଲେ। ଏହି ଏତଲାକୁ ଭିତ୍ତିକରି ଦରଘାଵଜାର ଥାନା ର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଚିନ୍ତେଶ୍ବର ମୁଣ୍ଡାଙ୍କ ନିର୍ଦ୍ଦେଶରେ ଦରଘା ବଜାର ଥାନା ର ଉପ-ନିରୀକ୍ଷକ ଶ୍ରୀ ପ୍ରଶାନ୍ତ ଶବର ଏହି ମାମଲାକୁ ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଅଭିଯୋଗକାରୀ ମହମ୍ମଦ ଆଜାର୍ ଏକ ଟେଣ୍ଡର ଲାଗି ନିଜର ବ୍ୟକ୍ତିଗତ କାଗଜପତ୍ର କଟକ ଯୋବ୍ରା ଅଞ୍ଚଳର ରେହେମାନ ଛକ ର ମହମ୍ମଦ ବିସମିଲ୍ ଙ୍କୁ ଦେଇଥିଲେ। କିନ୍ତୁ ମନରେ ସନ୍ଦେହ ଉପୁଜିବାରୁ, କୈାଣସି ସୂତ୍ରରୁ ଖବର ପାଇଲେ ଯେ, ତାଙ୍କ କାଗଜପତ୍ର କୁ ନେଇ ମହମ୍ମଦ ବିସମିଲ୍ କଟକ ଚୌଧୁରୀ ବଜାରରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ରେ ବନ୍ଧକ ରଖୂ ଏତଲାକାରୀଙ୍କ ନକଲି ଦସ୍ତଖତ କରି ଟ.୧୦,୩୦,୦୦୦/(ଦଶଲକ୍ଷ ତିରିଶ ହଜାର ଟଙ୍କା ମାତ୍ର) ଋଣ ଆକାର ରେ ନେଇ ଭୁବନେଶ୍ଵରର ରସୁଲଗଡ ଠାରେ ଥିବା ଉତ୍କଳ ହୁଣ୍ଡାଇ ସୋ’ରୁମ ରୁ କିସ୍ତି ଆକାରେ ଏକ କଳାରଙ୍ଗର ହୁଣ୍ଡାଇ କାର୍ କ୍ରୟ କରିଛନ୍ତି। ଯାହାର ମାସିକ କିସ୍ତି ଅଭିଯୋଗକାରୀ ଙ୍କୁ ହିଁ ଭରଣା କରିବାକୁ ପଡ଼ିବ।

ଏହି ଠକ ମହମ୍ମଦ ବିସମିଲ୍ ଙ୍କ ସହ ଅନ୍ୟ ଦୁଇଜଣ ଠକ ସହଯୋଗୀ କଟକ ପୀରବଜାର ଅଣ୍ଡେଇସାହିର କମଳ ଲୋଚନ ବସ୍ତିଆ ଓ କଟକ ରାଣୀହାଟ ମାଳିସାହିର ସୋମନାଥ ବେହେରା ଆଇସିଆଇସିଆଇ ବ୍ୟାଙ୍କ ରେ ନିଜର ଆସ୍ଥା ଓ ବିଶ୍ୱାସ ଜମାଇ ମହମ୍ମଦ ଆଜାର୍ ଙ୍କ ନାମରେ ଚେକ୍ ବହି ହାତେଇବା ସହ ଉତ୍କଳ ହୁଣ୍ଡାଇ ସୋ’ରୁମ ରୁ କିସ୍ତି ରେ ମଧ୍ୟ ଗାଡି ନେବାରେ ସଫଳ ହୋଇଥିଲେ। ଅଭିଯୋଗକାରୀ ଙ୍କ ଏତଲାକୁ ଆଧାର କରି ଦରଘାଵଜାର ଥାନା ପକ୍ଷରୁ ବିଭିନ୍ନ ସ୍ଥାନ ଚଢ଼ାଉ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ପାଖରୁ କଳାରଙ୍ଗର ହୁଣ୍ଡାଇ ଭେନ୍ଯୁ କାର୍ ନଂ:-୨୪ ବିଏଚ୍୨୬୭୪ସି,୩ଟି ମୋବାଇଲ୍ ଫୋନ୍ ଓ ଜାଲ୍ କାଗଜପତ୍ର ଜବତ କରାଯାଇ ଥାନା କେଶ୍ ନଂ -୧୫୨/ତା ୧୩/୦୭/୨୦୨୪ ରେ ଋଜ୍ଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ ଦଫା ୩୧୮(୪)/୩(୫)/୩୧୯(୨)/୩୧୮(୪)/୩୩୬(୩)/୩୪୦(୨)/୬୧(୨)/୩(୫) ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। ସ୍ଥାନୀୟ ଦରଘା ବଜାର ଥାନା ଅଧୂକ ତଦନ୍ତ ଜାରି ରହିଥିବାର ଜଣାପଡିଛି।