
ନର୍ଲା(ନି.ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ା ଠାରୁ ନର୍ଲା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ, ଚିପୂଲ୍ ନାଳା ଠାରେ ବ୍ରିଜ ନିର୍ମାଣ ଓ ବେହେରାପାଟି ନିକଟସ୍ଥ ସାନ୍ଦୂଲ୍ ସେତୁ ନିର୍ମାଣ ପାଇଁ ପାଖାପାଖି ତିରିଶ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଡ଼ାଇଭର୍ଶନ ରୋଡ ଏବଂ କଲଭଟ ଅତି ତରବରିଆ ଭାବରେ ୨୦୨୩ ମସିହା ନଭେମ୍ବର ମାସରେ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ଉକ୍ତ ଦୁଇଗୋଟି ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୨୨ -୨୩ ଆର୍ଥିକ ବର୍ଷରେ ଅନୁଦାନ ପ୍ରଦାନ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାମର ପୂର୍ତ୍ତ ବିଭାଗ ନାଁ ଧରୁନି ।
କିନ୍ତୁ ବିଗତବର୍ଷ ଅତ୍ୟନ୍ତ ତରବରିଆ ଭାବରେ ସାନ୍ଦୂଲ୍ ଓ ଚିପୁଲ ନାଲା ଠାରେ କେସିଙ୍ଗା ର ଏକ ଠିକା ସଂସ୍ଥା ଜରିଆରେ ଦୁଇଟି ଯାକ ଡାଇଭର୍ଶନ ରୋଡ ଓ କଲଭଟ୍ ନିର୍ମାଣ କରି ୩୦ ଲକ୍ଷରୁ ଅଧିକ ସରକାରୀ ଅର୍ଥ ଅପ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ଓ ଅନ୍ୟପଟେ ବିଭାଗୀୟ ଅଧିକାରୀ ମାନଙ୍କୁ ପଚାରିଲେ ତାର ମେପ୍ ଆସିନାହିଁ ବୋଲି ଉତ୍ତର ରଖୁଛନ୍ତି ଯଦି ମେପ୍ ଆସି ନ ଥିଲା ତାହେଲେ ଲକ୍ଷ ଲକ୍ଷ ଟଙ୍କାର ଦାଇଭର୍ଶନ ରୋଡ ଓ କଲ୍ ଭଟ୍ କାହା ସ୍ୱାର୍ଥରେ ନିର୍ମାଣ କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ବର୍ତ୍ତମାନ ଚଳିତ ବର୍ଷ ଜୁଲାଇ ମାସ ଶେଷ ହେବାକୁ ବସିଲାଣି ଯଦି ନଦୀ ଗର୍ଭରେ ବର୍ଷା ପାଣିରେ ଲକ୍ଷ ଲକ୍ଷ ଟଙ୍କାର ରୋଡ ବିଲୀନ ହୋଇଯାଏ ତେବେ ଏତେ ଗୁଡ଼ିଏ ରାଜସ୍ବ ହାନି ପାଇଁ କେଉଁ ଅଧିକାରୀ ଦାୟୀ ରହିବେ? ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସରକାରୀ ଅର୍ଥ ଅପ ବ୍ୟବହାର କରିଥିବା ଅଧିକାରୀ ଓ ଠିକା ସଂସ୍ଥା ଙ୍କ ବିରୋଧରେ ରାଜ୍ୟ ସରକାର ଓ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି