ସୁନିଶ୍ଚିତ ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ: ଜିଲ୍ଲାପାଳ

କେନ୍ଦ୍ରାପଡ଼ା(ନି.ପ୍ର): ସ୍ଥାନୀୟ ଛତାଠାରେ ସରକାରୀ ପଲ୍ଲି ଟେକନିକ୍ ପରିସରରେ ଥିବା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରକୁ ବୁଧବାର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ତାଲିମ୍ ନେଉଥିବା ଯୁବକଯୁବତୀମାନଙ୍କ ସହ ଆଲୋଚନା କରି କହିଛନ୍ତି “ ଜୀବନରେ ସୁନିଶ୍ଚିତ ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ । ତେଣୁ ଠିକ୍‌ରେ ତାଲିମ୍ ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।” ଏହି ପରିଦର୍ଶନ ସମୟରେ ତାଲିମ୍ ନେଉଥିବା ଯୁବକଯୁବତୀଙ୍କୁ ପାଠ୍ୟ ପୁସ୍ତକ ଓ ଉପକରଣମାନ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଏହି ଦକ୍ଷତା ବିକାଶ କେନ୍ଦ୍ରରୁ ୩ଟି ବ୍ୟାଚ୍‌ରେ ମୋଟ୍ ୫୪ଜଣ ଛାତ୍ରଛାତ୍ରୀ ତାଲିମ୍‌ପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ଜଣ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ସରକାରୀ ପଲିଟେକନିକ୍‌ର ଅଧ୍ୟକ୍ଷ ଗୁଣନିଧି ପ୍ରଧାନ, କେନ୍ଦ୍ରାପଡ଼ା ଡିଭିଜନ୍‌-୨ ଅଧୀକ୍ଷଣ ଯନ୍ତ୍ରୀ (ପୂର୍ତ ବିଭାଗ) ଶ୍ରୀଯୁକ୍ତ ପତି ପ୍ରମୂଖ ଉପସ୍ଥିତ ଥିଲେ ।

ଏହି ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ନିମନ୍ତେ ଯଥାଶୀଘ୍ର ପାଠାଗାର, ପରାମର୍ଶ କକ୍ଷ ଏବଂ ବାଳିକା ଛାତ୍ରୀ ନିବାସର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ପତିଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ସେୟାର କରନ୍ତୁ

Next Post

ଚରମ ସୀମାରେ ସ୍କୁଲ ପୋଷାକ ଦୁର୍ନୀତି ଉଚ୍ଚ ସ୍ତରୀୟ ତଦନ୍ତ ଦାବି....

Fri Jul 26 , 2024
ନର୍ଲା(ନି.ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ୧୯୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୯ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ ଅଟେ ମୋଟ ୨୨୨ ଗୋଟି ବିଦ୍ୟାଳୟ ର ପ୍ରଥମ ରୁ ଦଶମ ଶ୍ରେଣୀ ରେ ଚଳିତ ବର୍ଷ ସର୍ବ ମୋଟ ୧୬୦୮୯ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ପ୍ରତି ଛାତ୍ର ପିଛା ପୋଷାକ ଓ ଜୋତା ବାବଦ କୁ […]

You May Like

Pin It on Pinterest