ଆଜିର ଖାସ୍ ଖବର

୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍  ୫୭୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୩ ରହିଛି ।

୨–ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ ।

୩-କଟକ ର ମାଳିସାହି ଏବଂ ଭୁବନେଶ୍ୱର ର ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ୍ ।

୪-ଆସନ୍ତା ୧୧ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ଭିସୁଟ୍ ।

୫- ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୬-ଓଡ଼ିଶାରେ ୨୨୦୦ ଟଙ୍କାରେ କରିହେବ କରୋନା ପରୀକ୍ଷା । ସମ୍‌, ଆପୋଲୋ ହସ୍ପିଟାଲ, ଇନ୍‌ଡିଏନଏ ଲାଇଫ୍‌ ସାଇନ୍ସ, ଜେଏନ୍‌ଏକ୍ସ ଡାଇଗ୍ନୋଷ୍ଟିକରେ କୋଭିଡ୍‌ ପରୀକ୍ଷା କରିହେବ ।

୭- ମହାରାଷ୍ଟ୍ରରେ ସବୁ ରେକର୍ଡ ଭାଙ୍ଗି ଦେଇଛି କରୋନା । ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ୬୩୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । 

୮- ଅଗଷ୍ଟ ୧୫ ସୁଦ୍ଧା ଆସିପାରେ ‌ଭାରତର ପ୍ରଥମ କରୋନା ଭାଇରସ୍‌ ଟିକା ।

୯- ଆଜି ସୁଦ୍ଧା ସମଗ୍ର ଦେଶରେ ୬୪୮୩୧୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।  ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪୨୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧୮୬୫୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବାକି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫୪୩୩ ରହିଛି । 

୧୦- ଲଦାଖ ପ୍ରସଙ୍ଗରେ ଭାରତକୁ ମିଳିଲା ଜାପାନ ର ସମର୍ଥନ ।

୧୧-ଆଜି ସୁଦ୍ଧା ସମଗ୍ର ବିଶ୍ୱରେ ଏକ କୋଟି ୧୧ ଲକ୍ଷ ୮୨ ହଜାର ୫୬୭ ଜଣ ସଂକ୍ରମିତ ହୋଇସାରିଛନ୍ତି । ୫ ଲକ୍ଷ ୨୮ ହଜାର ୪୦୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୬୨ ଲକ୍ଷ ୯୨ ହଜାର ୫୨୩ ଜଣ ସୁସ୍ଥ ହୋଇଛନ୍ତି । ବାକି ୪୩ ଲକ୍ଷ ୬୧ ହଜାର ୬୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ସମର୍ଥନ ରେ ଅନେକ ଶକ୍ତିଶାଳୀ ଦେଶ....

Sat Jul 4 , 2020
ବାସ୍ତବ ବ୍ୟୁରୋ- ଭାରତ-ଚୀନ ମଧ୍ୟ ରେ ସୀମା ବିବାଦ ଜାରି ରହିଥିବା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ, “ଗୋଟିଏ ଇଞ୍ଚ ଜାଗା ଭାରତ ଦେବ ନାହିଁ” । ଚୀନ କୁ ମାତ୍ ଦେବା ପାଇଁ ଭାରତ ‘ଡିଜିଟାଲ ଷ୍ଟ୍ରାଇକ୍’ ମଧ୍ୟ କରିଛି । ତେବେ, ଭାରତର ଏହି ପଦକ୍ଷେପ କୁ ଆମେରିକା, ଜାପାନ ସମେତ ଅନେକ ଦେଶ ସମର୍ଥନ କରିଛନ୍ତି । ଭାରତ କୁ […]

You May Like

Pin It on Pinterest