ଓଡ଼ିଶାର ଯୁବକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ନୂଆ ଘୋଷଣା….

ଭୁବନେଶ୍ୱର(ନି.ପ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଯୁବକଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି। ଯେଉଁ ଯୁବକମାନେ ଅଗ୍ନିବୀର ଭାବେ ଦେଶର ସେବା କରି ଫେରୁଛନ୍ତି ସେମାନଙ୍କ ପାଇଁ ରାଜ୍ୟର ୟୁନିଫର୍ମ ସେବା କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।

ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯାଉଥିବା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ଏହା ଘୋଷଣା କରିଛନ୍ତି। ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି, ‘ଭାରତୀୟ ସେନାରେ ଥିବା ଅଗ୍ନିବୀର ମାନେ ଯଥେଷ୍ଟ ଦକ୍ଷତା ହାସଲ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଏକ ଯୁଗାନ୍ତକାରୀ ଯୋଜନା। ଦେଶର ଯୁବ ସମାଜକୁ ଦକ୍ଷ, ସାହସୀ ଓ ଯୋଗ୍ୟ କରିବାରେ ଏହା ସହାୟକ ହୋଇଛି।

ଜୀବନର ସବୁ ସମୟରେ ଆହ୍ୱାନକୁ ଗ୍ରହଣ କରିଥିବା ଏହି ଯୋଜନାର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ଏଣୁ ରାଜ୍ୟର ୟୁନିଫର୍ମ ସେବାରେ ଗ୍ରହଣ କରାଯିବ। ସେବା ନିବୃତ୍ତ ଅଗ୍ନିବୀର ଯେଉଁମାନେ ସେନା ବାହିନୀରେ ଯୋଗ ଦେଉ ନାହାନ୍ତି ସେମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ୟୁନିଫର୍ମ ସେବାରେ ସୁଯୋଗ ମିଳିବ।

ସେୟାର କରନ୍ତୁ

Next Post

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ପୂଣ୍ୟତିଥି ପାଳିତ....

Sat Jul 27 , 2024
ସଂଜୟ ଶତପଥୀ(କଟକ): ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡ଼ଃ ଏ ପି ଜେ କଲାମଙ୍କ ଆଜି ଜୁଲାଇ ୨୭ ତାରିଖରେ ପୁଣ୍ୟତିଥି ଭାଜପା କଟକ ନଗର ଶାଖା ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକ ଛକ ସ୍ଥିତ କାର୍ଯ୍ୟାଳୟ ରେ ପାଳନ କରାଯାଇଥିଲା। ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଓ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଯୋଗଦେଇ ଡ଼ଃ […]

You May Like

Pin It on Pinterest