କଟକ ରେ ମେରିଆବଜାର ଜୁନିଅର ପ୍ରିମିୟର୍ ଲିଗ୍ ଅନୁଷ୍ଠିତ….

ସଂଜୟ ଶତପଥୀ(କଟକ): ଓଡ଼ିଶାର କ୍ରୀଡ଼ାପ୍ରେମୀ ମାନଙ୍କୁ ଉତ୍ସାହିତ ଓ ପ୍ରେରଣା ଯୋଗାଇବାର ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟ ନେଇ କଟକ ର ମେରିଆ ବଜାର ସ୍ଥିତ ମଙ୍ଗରାଜ କଲୋନୀ ଠାରେ ଏକ ଦିବସୀୟ ଜୁନିୟର ପ୍ରିମିୟର୍ ଲିଗ୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି କ୍ରୀଡା ପ୍ରତିଯୋଗିତା ରେ‌ କଟକର ତିନୋଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗୀତା ରେ ଫାଇନାଲରେ ପହଞ୍ଚିବା ପରେ ଦୁଇ ଦଳ ଡ୍ରାଗନ୍ ସୁପର କିଙ୍ଗ୍ ଓ ଗଜାନନ ଓ୍ବାରିୟର୍ସ ମଧ୍ୟରେ ଶେଷ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥୂଲା। ଏହି ଫାଇନାଲ ପ୍ରତିଯୋଗିତା ରେ ଗଜାନନ ଓ୍ବାରିୟର୍ସ କୁ ହରାଇ ଡ୍ରାଗନ୍ ସୁପର କିଙ୍ଗସ୍ ଦଳ ଚମ୍ପିୟାନ ହୋଇ ଚମ୍ପିୟାନ ଟ୍ରଫି ହାସଲ କରିଥିବାଳେ ବିରାଟ ଓ୍ବାରିୟର୍ସ ଶ୍ରେଷ୍ଠ ଶୃଙ୍ଖଳିତ ଦଳ, କୁମାର ଆଶୁତୋଷ ଶ୍ରେଷ୍ଠ ବ୍ୟାଟସମ୍ଯାନ୍ ସହ ମ୍ଯାନ୍ ଅଫ୍ ଦି ସିରିଜ୍, କୁମାର ବୀର୍ ଶ୍ରେଷ୍ଠ ବୋଲର୍ ଓ କୁମାର ସୋଲାପୁରୀ ଶ୍ରେଷ୍ଠ ଫିଲଡର୍ ଭାବେ ବିଚାରକ ମଣ୍ଡଳୀଙ୍କ ଦ୍ବାରା ମନୋନୀତ ହୋଇ ମୂଖ୍ୟ ଅତିଥି ତଥା ମେରିଆ ବଜାର ସାହି କମିଟି ର ସଭାପତି ଶ୍ରୀ ସତ୍ୟଜିତ ମହାପାତ୍ର, ସମ୍ମାନୀତ ଅତିଥି ସମ୍ପାଦକ ଶ୍ରୀ ମାନସ ଜେନା, ଉପ-ସଭାପତି ଶ୍ରୀ ସୁବାସ କୁମାର ହାତୀ, ବିଶିଷ୍ଟ ସମାଜସେବୀକା ସୁଶ୍ରୀ ପୁଷ୍ପିତା ମହାପାତ୍ର ଓ ଯୁବ ସମାଜସେବୀ ଶ୍ରୀ ଶିବ ନାରାୟଣ ନାୟକ ଙ୍କ ଠାରୁ ବିଜେତା ଟ୍ରଫି,ରନର୍ସ ଅଫ୍ ଟ୍ରଫି ଓ ଶ୍ରେଷ୍ଠ ବ୍ୟାଟସମ୍ଯାନ୍,ବୋଲର୍ ଓ ଫିଲଡର୍ ଟ୍ରଫି ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ସନ୍ତୋଷ ପୃଷ୍ଟି, ଶ୍ରୀ ଓ୍ବାଇ.ତରୁଣ ରାଓ, ଶ୍ରୀ ରାହୁଲ ହାତୀ, ଶ୍ରୀ ସୁଶୀଲ ସ୍ବାଇଁ, ଶ୍ରୀ ଆୟୁଷ ହାତୀ, ଶ୍ରୀ ଦେବପ୍ରସାଦ ସ୍ବାଇଁ, ଶ୍ରୀ ଅଜୟ ଲେଙ୍କା, ଶ୍ରୀ ସୂର୍ଯ୍ୟନାରାୟଣ ହାତୀ, ଶ୍ରୀ କୁନାଲ୍ ଲାହା ଓ ଶ୍ରୀ ରୋହନ କୁମାର ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ବିଜେପିରେ ଯୋଗଦେଲେ ମମତା ମହନ୍ତ

Thu Aug 1 , 2024
ବାସ୍ତବ ବ୍ୟୁରୋ:  କୁଡୁମୀ ନେତ୍ରୀ ମମତା ମହାନ୍ତ ଗତକାଲି ବିଜେଡି ଓ ରାଜ୍ୟସଭା ସଦସ୍ୟତା ପଦରୁ ଦେଇଥିଲେ ଇସ୍ତଫା ଆଉ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, “ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା […]

You May Like

Pin It on Pinterest