୭୮ତମ ସ୍ବାଧୀନତା ଦିବସ ଲାଗି କଟକ ଜିଲ୍ଲାରେ ପ୍ରସ୍ତୁତି ବୈଠକ…

ସଂଜୟ ଶତପଥୀ(କଟକ): ଆଗାମୀ ୧୫ ଅଗଷ୍ଟ ୨୦୨୪ ରେ ହେବାକୁ ଥିବା ୭୮ ତମ ସ୍ବାଧିନତା ଦିବସ ପାଳନ ଲାଗି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲାପାଳ ଶ୍ରୀ ଉମାକାନ୍ତ ରାଜ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କଟକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଦିବସ ରେ ପ୍ରଭାତ ଫେରି, ଶ୍ରୀରାମ ଧୂନ୍, ସହରରେ ଆଲୋକ ସଜ୍ଜା, ପ୍ରବନ୍ଧ ପ୍ରତିଯୋଗିତା, ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ୍ , ରକ୍ତଦାନ ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପ୍ନୋ, ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ଯଲୋଚନ ମହାନ୍ତି, ଅତିରିକ୍ତ ଆରକ୍ଷୀ ଉପ-ଆୟୁକ୍ତ ଶ୍ରୀ ଅନିଲ୍ ମିଶ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, କଟକ ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ଶ୍ରୀ ସୋନା ଟୁଡୁ, କଟକ ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ଡଃ ସତ୍ୟବ୍ରତ ମହାପାତ୍ର ଙ୍କ ସହ ଟି.ପି.ସି.ଡି.ଏଲ୍,ଓ୍ବାଟକୋ,ଆର୍.ଆଣ୍ଡ ବି ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ମାନେ ଉପସ୍ଥିତ ଥୂଲେ।

ସେୟାର କରନ୍ତୁ

Next Post

ପେନସନର ମାନଙ୍କ ଚିକିତ୍ସା ଭତ୍ତା ପ୍ରସଙ୍ଗକୁ ବିଧାନସଭା ରେ ଉପସ୍ଥାପନ କରିବେ ବିଧାୟିକା ସୋଫିଆ ଫିର୍ଦୋଷ

Fri Aug 2 , 2024
କଟକ(ସଂଜୟ ଶତପଥୀ): ରାଜ୍ୟର ୩.୫ଲକ୍ଷ ପେନସନର ଓ ପରିବାର ପେନସନର ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଅଗଷ୍ଟ ୧ତାରିଖ ଦିନ ୧୨ଟା ସମୟରେ କଟକ ସେଲଟର ଛକସ୍ଥିତ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଙ୍କ କାର୍ଯ୍ୟାଳୟ ରେ ମହାସଂଘର ଅଧ୍ଯକ୍ଷ ପ୍ରତାପ ଚନ୍ଦ୍ର ଦାସ ଓ ଜିଲ୍ଲା ମୁଖ୍ୟ ସଂଯୋଜକ ସୁବୋଧ କୁମାର ରାୟ ସୋଫିଆ ଫିର୍ଦୋଷ ଙ୍କୁ ପୁଷ୍ପଗୁଛ ଓ […]

You May Like

Pin It on Pinterest