
ସଂଜୟ ଶତପଥୀ(କଟକ): କଟକ ସହରର ମୂଖ୍ୟ ସମସ୍ୟା ହେଉଛି ଜଳ ନିଷ୍କାସନ। କିନ୍ତୁ ମହାନଗର ନିଗମ ପକ୍ଷରୁ ଶତଚେଷ୍ଟା ସତ୍ତ୍ବେ ଏହି ନିଷ୍କାସନ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇ ପାରିନାହିଁ। ଆବଶ୍ୟକତାକୁ ଦେଖୂ ନିଗମ ପକ୍ଷରୁ ବିଗତ କିଛି ଦିନ ତଳେ ବକ୍ସ ଡ୍ରେନ୍ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ କଟକ ସହର ମଧ୍ୟରେ ଥିବା ଛୋଟ ଛୋଟ ନାଳ, କିଛି ବଡନାଳ କୁ ଠିକ୍ ଭାବରେ ଜଳ ନିଷ୍କାସନ ହୋଇପାରୁନି।
ନିଗମ ପକ୍ଷରୁ ଡ୍ରେନ ମାନଙ୍କ ରେ ଅଳିଆ ଆବର୍ଜ୍ଜନା ନ ପକାଇବାକୁ ବାରମ୍ବାର ସଚେତନତାର ବାର୍ତ୍ତା ବଣ୍ଟାଯାଉଥୂଲେ ମଧ୍ୟ ସହରବାସୀଙ୍କର ସେଥିପ୍ରତି ଭୃକ୍ଷେପ ନାହିଁ। ଯାହାଫଳରେ କି ମଶା ବଂଶର ବୃଦ୍ଧି ଘଟୁଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ମଶା କାମୁଡା ଯୋଗୁଁ ଡେଙ୍ଗୁ ଭଳି ରୋଗ ହୋଇଥିବାର ଖବର ପ୍ରସାରିତ ହେବା ପରେ କଟକ ମହାନଗର ନିଗମ ର ମାନନୀୟ କମିଶନର ଶ୍ରୀ ବିଜୟ କୁମାର ଦାସ(ଓ.ପ୍ର.ସେ) କଟକ ସହର ର ଜନସାଧାରଣଙ୍କୁ ଏହି ଭୟଙ୍କର ଡେଙ୍ଗୁ ରୁ ରକ୍ଷା କରିବାକୁ ତଥା ଆବଶ୍ୟକ ପଦକ୍ଷେପ ନେବାକୁ ନିଗମ ସ୍ବାସ୍ଥ୍ୟ ଅଧିକାରୀ ଡଃ ସତ୍ୟବ୍ରତ ମହାପାତ୍ର ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଆଜି ସ୍ବାସ୍ଥ୍ୟ ଅଧିକାରୀ ଡଃ ମହାପାତ୍ର ଙ୍କ ନିର୍ଦ୍ଦେଶରେ ନିଗମ ର ସ୍ବାସ୍ଥ୍ୟ ନିରୀକ୍ଷକ ଶ୍ରୀ ତ୍ରୈଲୋକ୍ୟ ସାହୁ ଙ୍କ ନେତୃତ୍ବରେ ନିଗମ ପକ୍ଷରୁ ଏକ ଡେଙ୍ଗୁ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ କଟକ ମହାନଗର ନିଗମ କାର୍ଯ୍ଯାଳୟ ନିକଟସ୍ଥ ମାରୁତି ମଣ୍ଡପ ଠାରୁ ଆରମ୍ଭ ହୋଇ ବିଭିନ୍ନ ଅଞ୍ଚଳରେ ନିଗମବାସୀଙ୍କୁ ଡେଙ୍ଗୁ ବିଷୟରେ ସଚେତନ କରାଇଥିଲେ।
ତ ଏହି ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଅଶୋକ ଶର୍ମା ଙ୍କ ପ୍ରତିନିଧି ଶ୍ରୀ ମଧୁସୂଦନ ବେହେରା, ଯୁବସମାଜ ସେବୀ ଶ୍ରୀ କାଳିନ୍ଦୀ ନାରାୟଣ ମଲ୍ଲିକ, ଶ୍ରୀ କୁଲୁ ମଲ୍ଲିକ, ଶ୍ରୀ ପ୍ରଶାନ୍ତ କୁମାର ନାୟକଙ୍କ ସହ ସ୍ବାସ୍ଥ୍ଯ ବିଭାଗ ର ସ୍ବଚ୍ଛସାଥୀ ଶ୍ରୀମତୀ କବିତା ବ୍ରହ୍ମା, ଶ୍ରୀମତୀ ଛନ୍ଦା କୁମାରୀ ନାୟକ, ଶ୍ରୀମତୀ ପ୍ରତିମା ନାୟକ ଓ ଅନ୍ଯ ସ୍ବାସ୍ଥ୍ୟକର୍ମୀ ମାନେ ଭାଗ ନେଇଥୂଲେ। ଏହି ଡେଙ୍ଗୁ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଲାଗି ମାନନୀୟ କମିଶନର ଙ୍କୁ ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।