କଟକର ପ୍ରଥମ ମେୟର ସୁଶ୍ରୀ ନିବେଦିତା ପ୍ରଧାନ ଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ….

ସଂଜୟ ଶତପଥୀ(କଟକ): ଭାଜପା ନେତ୍ରୀ ସୁଶ୍ରୀ ନିବେଦିତା ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ,କଟକ ମହାନଗର ନିଗମ ତରଫରୁ ସିଡିଏ ୯ ନମ୍ୱର ରେ ଏକ ପାର୍କ ତାଙ୍କ ନାମରେ ନାମିତ ହୋଇ ସେଠାରେ ତାଙ୍କ ପ୍ରତିମୂର୍ତ୍ତି କଟକ ମେୟର ଓ ସାଂସଦ ଙ୍କ ଦ୍ୱାରା ବହୁ ଗଣ୍ୟମାନ୍ୟଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। ପରେ ପରେ ଉଇଣ୍ଡ ସର ପ୍ଲେସ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାରେ ସେହିଠାରେ ସ୍ମୃତି ସଂସଦ ତରଫରୁ ପୂର୍ବତନ ମନ୍ତ୍ରୀ ଭାଜପା ନେତା ସମୀର ଦେଙ୍କ ସଭାପତିତ୍ବ ରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏକ ହଜାର ରୁ ଉର୍ଦ୍ଧ ସହରର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ସଭା ପରିଚାଳନା କରିଥିଲେ ବେତାର ଘୋଷକ ଶ୍ରୀ ବିଜୟ ମଲ୍ଲ ଏବଂ ଅତିଥି ଭାବେ ରାଜ୍ୟ ଭାଜପା ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା, କଟକ ସାଂସଦ ଭର୍ତ୍ତୁହରି ମହତାବ,ପୂର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି, ମେୟର ସୁବାଷ ସିଂ,କଟକ ନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ବରିଷ୍ଠ ଅଧିବକ୍ତା ସୌରଚନ୍ଦ୍ର ମହାପାତ୍ର,ଶାନ୍ତି କମିଟି ସମ୍ପାଦକ ଶ୍ରୀ ଭିକାରୀ ଦାସ, ପୂର୍ବତନ ମେୟର ପିଣ୍ଟୁ ଘୋଷ, ପୂର୍ବତନ ରାଜ୍ୟ ଭାଜପା ନେତ୍ରୀ ସ୍ବାଧୀ ବ୍ରତତି ଚାଟାର୍ଜି,ଭାଜପା ନେତା ସୁଦୀପ୍ତ ରା଼ୟ ଓ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ତାଙ୍କ ସ୍ମୃତିଚାରଣ କରିଥିଲେ।

ବ୍ୟବସ୍ଥା ପରିଚାଳନା କରିଥିଲେ ଶ୍ରୀ ଭବାନୀ ଶଙ୍କର ମିଶ୍ର ଏବଂ ଧନ୍ୟବାଦ ଦେଇଥିଲେ ତାଙ୍କ ବନ୍ଧୁ ସହକର୍ମୀ ଶ୍ରୀମତୀ ଶିବା ମହାନ୍ତି।

ସେୟାର କରନ୍ତୁ

Next Post

ଆଗାମୀ ୩ଦିନ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା

Sun Aug 11 , 2024
ବାସ୍ତବ ବ୍ୟୁରୋ: ଆଗାମୀ ୩ଦିନ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଡ଼ିଘଡ଼ି ମଧ୍ୟ ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ଅର୍ଥାତ ସୋମବାର ନୂଆପଡ଼ା, ବଲାଙ୍ଗିର, ବରଗଡ଼, […]

You May Like

Pin It on Pinterest