
କଟକ(ସଂଜୟ ଶତପଥୀ)୧୪/୮:ଉଛେଦ ନୁହେଁ ଥଇଥାନ କର ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ଆହ୍ୱାନରେ ଏକ ବିଶାଳ ସମାବେଶ ମହାନଗର ନିଗମ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି
।ଆଜି ପୂର୍ବାହ୍ନ ୧୧ ଘଟିକାରୁ ଉଠାଦୋକାନୀମାନଙ୍କର ବିଶାଳ ଶୋଭାଯାତ୍ରା ପୁରୀଘାଟ ଠାରୁ ବାହାରି ତେଲେଙ୍ଗାବଜାର ଦେଇ ମହାନଗର ନିଗମ ସମ୍ମୁଖରେ ପହଞ୍ଚିଥିଲା ।ସେଠାରେ ପହଞ୍ଚିବା ପରେ କଟକ ଉଠାଦୋକାନୀ ମହାସଙ୍ଘର ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବକ୍ତାମାନେ ଉଠାଦୋକାନୀଙ୍କ ଜୀବିକା ସୁରକ୍ଷା ଓ ଥଇଥାନ କେନ୍ଦ୍ର ସରକାରଙ୍କ ୨୦୧୪ ଓ ରାଜ୍ୟ ସରକାରଙ୍କ ୨୦୧୫ ଆଇନି ଲାଗୁ କରିବାକୁ ଦାବି କରିଥିଲେ ।
ଏହି ସଭାରେ ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଙ୍ଘ ସଭାପତି ମହେଶ୍ବର ବଳ, ସମ୍ପାଦିକା ସ୍ୱୟଂପ୍ରଭା, କଟକ ଉଠାଦୋକାନୀ ମହାସଙ୍ଘ ସମ୍ପାଦକ ଅକ୍ଷୟ ନାୟକ, କ୍ଷୁଦ୍ର ବ୍ୟବସାୟୀ ସଙ୍ଘ ସଭାପତି ପ୍ରକାଶ ଦାସ, ବାଦାମବାଡ଼ି ଉଠାଦୋକାନୀ ସଙ୍ଘ ସମ୍ପାଦକ ଛବିନ୍ଦ୍ର ଖୁଣ୍ଟିଆ, ଉପ-ସଭାପତି ନିତ୍ୟାନନ୍ଦ ନାୟକ, ମଧୁପାଟଣା ସମ୍ପାଦକ ଶ୍ରୀନିବାସ ସ୍ୱାଇଁ, ରାଣୀହାଟ ଉଠାଦୋକାନୀ ସଙ୍ଘ ସମ୍ପାଦକ ରବୀନ୍ଦ୍ର ସାହୁ, ମର୍କତନଗର ଉଠାଦୋକାନୀ ସଂଗଠନ ସମ୍ପାଦକ ନୂତନ ପାତ୍ର, ବାମ ଗଣତାନ୍ତ୍ରିକ ମୋର୍ଚ୍ଚା ନେତା ତପନ ମିଶ୍ର, ଉପଦେଷ୍ଟା ତଥା ଓଡିଶା ନବନିର୍ମାଣ ବିକାଶମଞ୍ଚ କେନ୍ଦ୍ରୀୟ ସଭାପତି ଆଡ଼ଭୋକେଟ ଡକ୍ଟର ଜ୍ଞାନଗୁରୁ ଦାସ, ବିନୋଦ ବେହେରା, ଉଦୟ ବର୍ମା, ଝୋପଡ଼ପଟି ମହାସଙ୍ଘ ସଭାପତି ଆଜାଦ ବୃନ୍ଦାବନ ଦାସ, ସିପିଆଇ ରାଜ୍ୟ କର୍ମକର୍ତ୍ତା ଡକ୍ଟର ପ୍ରଶାନ୍ତ ମିଶ୍ର, କମ୍ରେଡ ପ୍ରସନ୍ନ ମହାପାତ୍ର, ଓଡିଶା ପ୍ରଗତିମଞ୍ଚ ଆବାହକ ଶୁଭେନ୍ଦୁ ମହାନ୍ତି, ସିଟୁ ନେତା ବଦ୍ରିନାରାୟଣ ଦାଶ, ରବି ମଲ୍ଲିକ, ମୋଟର ପରିବହନ ସମ୍ପାଦକ ଶିଶିର ଲେଙ୍କା, ଯୁବନେତା ଅଶ୍ବିନୀ ମହାନ୍ତି ପ୍ରମୁଖ ଯୋଗଦେଇ ମାନ୍ୟବର ହାଇକୋର୍ଟ ତୁରନ୍ତ ଥଇଥାନ ପାଇଁ ଦେଇଥିବା ଆଦେଶକୁ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ନଚେତ ସହରକୁ ଅଚଳ କରିଦେବେ ବୋଲି ଚେତାବନୀ ଦେଇଥିଲେ ।
ଏହି ଅବସରରେ ମହାସଙ୍ଘ ପକ୍ଷରୁ ମେୟର ଓ ଡେପୁଟି କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ତା’ପରେ ଏକ ୧୦ଜଣିଆ ଟିମ ଜିଲ୍ଲାପାଳଙ୍କୁ ଭେଟି ଥଇଥାନ ପାଇଁ ଦାବିପତ୍ର ଦେଇଥିଲେ ।



